fbpx

ବିବାହ ବନ୍ଧନରେ ବାନ୍ଧିହେଲେ ଏହି ସାଉଥ ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ପ୍ରାୟ ୬ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ସାଉଥ ଟପ୍ ଅଭିନେତ୍ରୀ ନୟନତାରା ଏବଂ ନିର୍ଦ୍ଦେଶକ ବିଗ୍ନେଶ ସିବନ ବିବାହ କରିଛନ୍ତି । ଆଉ ଏବେ ବିବାହ ପରେ ନବ ଦମ୍ପତ୍ତିଙ୍କ ସେମାନଙ୍କର ବିବାହ ସମୟର ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଉଭୟ ଖୁବ୍ ସୁନ୍ଦର ଦିଶୁଛନ୍ତି ।

 

View this post on Instagram

 

A post shared by nayanthara🔵 (@nayantharaaa)

ଫଟୋ ବାହାଘର ସମୟରେ ମଣ୍ଡପରେ ଉଠାଯାଇଛି, ଯେଉଁଥିରେ ବିଗ୍ନେଶ ନୟନତାରାଙ୍କୁ ମଥାକୁ ଚୁମ୍ବନ କରୁଥିବା ଫଟୋରେ ନଜର ଆସିଛନ୍ତି ସେହିଭଳି ନୟନତାରା ମଧ୍ୟ ବିଗ୍ନେଶଙ୍କ ହାତ ଧରିଥିବା ନଜର ଆସିଛନ୍ତି । ପାରମ୍ପରିକ ଲୁକ୍ ରେ ଏହି ଯୋଡ଼ି ଖୁବ୍ ସୁନ୍ଦର ଲାଗୁଛନ୍ତି । ନୟନତାରାଙ୍କ ଲୁକ୍ କହିଲେ ଲାଲ୍ ଲେହଙ୍ଗାରେ ସେ ବେଶ୍ ସୁନ୍ଦର ଦେଖାଯାଉଛନ୍ତି ।

 

View this post on Instagram

 

A post shared by nayanthara🔵 (@nayantharaaa)

ବିବାହ ପୂର୍ବରୁ ନୟନତାରା ଏବଂ ବିଗ୍ନେଶ ସିବନ ୬ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍ କରିଥିଲେ । ଗତ ବର୍ଷ ଉଭୟ ନିର୍ବନ୍ଧ ମଧ୍ୟ କରିଥିଲେ । ଏହି ହାଇ ପ୍ରୋଫାଇଲ ବିବାହରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଠାରୁ ଆରମ୍ଭ କରି ବଲିଉଡ ବାଦଶାହା ଶାହାରୁଖ ଖାନ୍ ପର୍ଯ୍ୟନ୍ତ ସାମିଲ ହୋଇଥିଲେ । ମହାବଳିପୁରମରେ ଏକ ରିସୋର୍ଟରେ ହୋଇଥିବା ଏହି ବିବାହରେ ଅନେକ ବଡ଼ ବଡ଼ କଳାକାର ପହଞ୍ଚିଥିଲେ । ଖୁବଶୀଘ୍ର ନୟନତାରା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ତାହା ବି ପୁଣି ଶାହାରୁଖଙ୍କ ସହ । ଫିଲ୍ମ ଜବାନରେ ସେ ଶାହାରୁଖ ଖାନଙ୍କ ସହ ନଜର ଆସିବେ ।

 

View this post on Instagram

 

A post shared by nayanthara🔵 (@nayantharaaa)

 

Get real time updates directly on you device, subscribe now.