fbpx

IND vs SA; ରୋହିତଙ୍କ ମାଡ଼ରେ ଥରୁଛି ସାଉଥ ଆଫ୍ରିକା: ରେକର୍ଡ ରଚିଲେ ଅଧିନାୟକ ହିଟମ୍ୟାନ୍

Advertisement

କୋଲକାତା: ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ତେବେ ଏହି ନିଷ୍ପତ୍ତି କେତେ ଭୟଙ୍କର ହୋଇପାରେ, ସେ ଖୁବ ସୁନ୍ଦର ଭାବରେ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ବୁଝାଇ ଦେଇଛନ୍ତି । ଇନିଂସ ଆରମ୍ଭରୁ ହିଁ ରୋହିତ ଭୟାନକ ରୂପରେ ବ୍ୟାଟିଂ କରିଛନ୍ତି । ପ୍ରଥମ ଓଭରରେ ମାତ୍ର ୫ ରନ୍ ହୋଇଥିବା ବେଳେ ଇନିଂସର ଦ୍ୱିତୀୟ ଓଭରରୁ ୧୭ ରନ୍ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି ଷ୍ଟାର ଓପନର ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ । ଏହାପରେ ଦକ୍ଷିଣ ଆଫ୍ରିକାର ବୋଲର ରୋହିତଙ୍କ ଭୟଙ୍କର ରୂପକୁ ଦେଖି ଭୟଭୀତ ହୋଇଛି ।

ଇନିଂସ ଆରମ୍ଭରୁ ହିଟମ୍ୟାନ୍ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକାର ବୋଲରଙ୍କୁ ନିଜର ଉଗ୍ର ରୂପ ଦେଖାଇଛନ୍ତି । ଦ୍ୱିତୀୟ ଓଭରରେ ଶୁଭମନ ଗିଲ ମାର୍କୋ ଜାନସେନଙ୍କୁ ଟାର୍ଗେଟ କରି ଟିମ ଇଣ୍ଡିଆ ୧୭ ରନ୍ ସଂଗ୍ରହ କରିଛି । କିନ୍ତୁ ଏହାପରେ ଲୁଙ୍ଗି ଏନଗିଡିଙ୍କ ଓଭରରେ ଲଗାତାର ଦୁଇଟି ଚୌକା ମାରି ବିପକ୍ଷ ଦଳକୁ ସାବଧାନ କରାଇ ଦେଇଥିଲେ । ଏହାପରେ ସାଉଥ ଆଫ୍ରିକାର ବୋଲିଂ ୟୁନିଟ ବିପକ୍ଷରେ ରନ୍ ବର୍ଷା କରିଛନ୍ତି ଭାରତୀୟ ବ୍ୟାଟର । ତେବେ ଇନିଂସର ପଞ୍ଚମ ଓଭରରେ ଏନଗିଡିଙ୍କୁ ଦୁଇଟି ଛକା ମାରିଛନ୍ତି ରୋହିତ । ଏହି ଛକା ସହ ସେ ବିଶ୍ୱକପରେ ଏକ ରେକର୍ଡ ନିଜ ନାମରେ କରିଛନ୍ତି । ଚଳିତ ବିଶ୍ୱକପରେ ସର୍ବାଧିକ ଛକା ମାରିବା ତାଲିକାରେ ଶୀର୍ଷସ୍ଥାନ ହାସଲ କରିଛନ୍ତି ଟିମ ଇଣ୍ଡିଆର ଅଦିନାୟକ ରୋହିତ ଶର୍ମା । ଟୁର୍ଣ୍ଣାମେଣ୍ଟରେ ମୋଟ ୨୨ଟି ଛକା ମାରିବା ସହ ଡାଭିଡ ୱାର୍ଣ୍ଣରଙ୍କୁ ପଛରେ ପକାଇ ରୋହିତ ଟେବୁଲ ଟପ୍ପର ହୋଇଛନ୍ତି ।

କିନ୍ତୁ ଷଷ୍ଠ ଓଭରରେ ରାବାଡାଙ୍କୁ ବୋଲିଂ କରାଇ ରୋହିତଙ୍କୁ ଆଉଟ କରିବାରେ ସଫଳ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ତେମ୍ବା ବାଭୂମା । କିନ୍ତୁ ମାତ୍ର ୨୪ ବଲରୁ ୪୦ ରନର ଏକ ବିସ୍ଫୋରକ ଇନିଂସ ଖେଳି ଦକ୍ଷିଣ ଆଫ୍ରିକାକୁ ଚେତାବନୀ ଦେଇଛନ୍ତି ରୋହିତ । କିନ୍ତୁ ରୋହିତଙ୍କ ୱିକେଟ ପରେ ମଧ୍ୟ ଭାରତର ରନର ଗତି କମ୍ ହୋଇନାହିଁ । ବାର୍ଥ ଡେ’ ବୟ ବିରାଟ କୋହଲି ପଡ଼ିଆକୁ ଆସିବା ପରେ ରୋହିତଙ୍କ ଭଳି ବ୍ୟାଟିଂ କରିଛନ୍ତି । ତେବେ ପ୍ରଥମ ୧୦ ଓଭର ପାୱାରପ୍ଲେରେ ଭାରତ ରୋହିତଙ୍କ ୱିକେଟ ହରାଇ ୯୧ ରନ ସଂଗ୍ରହ କରିଛି । କିନ୍ତୁ ଭାରତର ଭୟଙ୍କର ବ୍ୟାଟିଂ ଦେଖି ସାଉଥ ଆଫ୍ରିକା ଦଳର ଭୟ ବୃଦ୍ଧି ପାଇଛି ।

 

Get real time updates directly on you device, subscribe now.