fbpx

ଆସିଲା LICର ଜବରଦସ୍ତ ପ୍ଲାନ୍‌, ଦିନକୁ ମାତ୍ର ୫୪ ଟଙ୍କା ଖର୍ଚ୍ଚ କରି ବର୍ଷକୁ ପାଆନ୍ତୁ ୪୮,୦୦୦ଟଙ୍କା

ନୂଆଦିଲ୍ଲୀ: ଆମ ଦେଶରେ ବହୁ ସଂଖ୍ୟାରେ ଲୋକମାନେ ଲାଇଫ୍ ଇନସ୍ୟୁରାନ୍ସ କର୍ପୋରେସନ (ଏଲ୍‌ଆଇସି) ଉପରେ ଭରସା କରିଥାନ୍ତି । ଏଲଆଇସିରେ ଏପରି ବହୁ ପ୍ଲାନ ରହିଛି ଯାହା ନିବେଶକଙ୍କୁ ବୀମା ଫାଇଦା ଦେବା ସହିତ ଭଲ ରିଟର୍ଣ୍ଣ ବି ଦେଇଥାଏ । ଏପରି ଏକ ପ୍ଲାନ ହେଉଛି ଏଲଆଇସିର ‘ଜୀବନ ଉମଙ୍ଗ’ ଯାହାର ଲାଭ ନିବେଶକଙ୍କୁ ସାରା ଜୀବନ ମିଳିଥାଏ । ଏଲଆଇସିର ଏହି ପଲିସି ଆୟ ସହିତ ଆପଣଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରିଥାଏ । ଏହି ପଲିସିର ସବୁଠାରୁ ବଡ ବିଶେଷତ୍ୱ ହେଉଛି ଯେତେବେଳେ ଏହାର ପ୍ରିମିୟମ ଭରିବାର ସମୟ ଶେଷ ହୋଇଯିବ ଆପଣଙ୍କୁ ସର୍ଭାଇଭାଲ ବେନିଫିଟର ଲାଭ ମ୍ୟାଚୁରିଟି ପର୍ଯ୍ୟନ୍ତ ମିଳିବ । ସେହିପରି ମାଚ୍ୟୁରିଟି କିମ୍ବା ମୃତ୍ୟୁ ମାମଲାରେ ଏଲଆଇସି ବୀମାଧାରକଙ୍କୁ ଏକ ମୋଟା ରକମର ଅର୍ଥ ଭରଣା କରିବ ।

ଯଦି କେହି ୨୫ ବର୍ଷ ବୟସରେ ଏଲଆଇସିର ଜୀବନ ଉମଙ୍ଗ ପ୍ଲାନରେ ୬ ଲକ୍ଷ ଟଙ୍କାର ପଲିସି ୩୦ ବର୍ଷ ପାଇଁ ଏହି ଯୋଜନା କରିଥାଏ ତେବେ ତାଙ୍କୁ ପ୍ରତି ମାସରେ ୧୬୩୮ ଟଙ୍କା କିମ୍ବା ପ୍ରତିଦିନ ୫୪.୬ଟଙ୍କା ପ୍ରିମିୟମ ଆକାରରେ ଦେବାକୁ ହେବ । ୫୫ ବର୍ଷ ବୟସରେ ପଲିସିର ପେମେଣ୍ଟ ଟର୍ମ ଶେଷ ହେବା ପରେ ତାଙ୍କୁ ପ୍ରତି ବର୍ଷ ୪୮,୦୦୦ଟଙ୍କ ମାଚ୍ୟୁରିଟି ପର୍ଯ୍ୟନ୍ତ ମିଳିବ । ମାଚ୍ୟୁରିଟି ହେବା ପରେ ବୋନସ୍ ସହିତ ବୀମାଧାରକଙ୍କୁ ୨୮ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହି ଯୋଜନାରେ ମାଚ୍ୟୁରିଟି ଆୟୁ ୧୦୦ବର୍ଷ । ଅର୍ଥାତ୍ ୧୦୦ ବର୍ଷରେ ବି ଆପଣଙ୍କୁ ମାଚ୍ୟୁରିଟି ବେନିଫିଟ୍ ମିଳିବ ।

ଏହି ଯୋଜନାରେ ଡେଥ୍ ବେନିଫିଟ୍ ମଧ୍ୟ ସାମିଲ ରହିଛି । ଯଦି ପଲିସି ଅବଧି ସମୟେରେ ବୀମାଧାରକଙ୍କ ମୃତ୍ୟୁ ହୋଇଯାଏ ତେବେ ନୋମିନିଙ୍କୁ ଧାର୍ଯ୍ୟ ବୀମା ରାଶି ସହିତ ରିଭର୍ସନାରୀ ବୋନସ୍ ଓ ଫାଇନାଲ ଅତିରିକ୍ତ ବୋନସ୍‌ର ଲାଭ ମିଳିବ । ଡେଥ୍ ବେନିଫିଟ୍ କେବେ ବି ବୀମାଧାରକ ପକ୍ଷରୁ ଦିଆଯାଇଥିବା ପ୍ରିମିୟମର ୧୦୫%ରୁ କମ୍ ହୋଇ ନ ଥାଏ ।

Get real time updates directly on you device, subscribe now.