fbpx

ଜୋରଦାର ଭୂମିକମ୍ପରେ ଥରିଲା ଭାରତର ପଡୋଶୀ ଦେଶ; ରିକ୍ଟର ସ୍କେଲରେ ତୀବ୍ରତା ୬.୩ ରେକର୍ଡ

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ତାଇୱାନରେ ପ୍ରବଳ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ପୂର୍ବ ସହର ହୁଆଲିଏନ୍ ଠାରୁ ପ୍ରାୟ 34 କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଆଇଲାଣ୍ଡ ଦେଶର ପାଣିପାଗ ବିଭାଗ କହିଛି ଯେ ଭୂକମ୍ପର ତୀବ୍ରତା ରିଆକ୍ଟର ସ୍କେଲରେ ପ୍ରାୟ 6.3 ମାପ କରାଯାଇଛି। ପାଣିପାଗ ବିଭାଗ କହିଛି ଯେ ଭୂକମ୍ପର ଗଭୀରତା ପ୍ରାୟ 9.7 କିଲୋମିଟର ଥିଲା।

ତାଇଓ୍ବାନ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ । ୬.୩ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଝଟକା ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୨ଥର କମ୍ପନ ଅନୁଭୂତ ହୋଇଥିଲା । ଭୀଷଣ ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ରିପୋର୍ଟ ମିଳିନାହିଁ ।

ଦ୍ବୀପ ଦେଶ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ତାଇଓ୍ବାନର ପୂର୍ବ ଉପକୂଳ ସହର ହୁଲିଏନ ଠାରୁ ୩୪ କିଲୋମିଟର ଦୂରରେ ଏହି ଭୂମିକମ୍ପ ଝଟକା ଲାଗିଥିଲା ।

ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରହିଛି । ଏହି ଭୀଷଣ ଝଟକାରେ ତାଇଓ୍ବାନର ରାଜଧାନୀ ତାଇପେରେ ବି ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳି ଭୂ-ପୃଷ୍ଠ ଠାରୁ ୯.୭ କି.ମି ଗଭୀରତାରେ ରହିଛି। ତାଇଓ୍ବାନ ୨ଟି ଟାକ୍ଟୋନିକ୍ ପ୍ଲେଟ୍ ଚଳନ ଯୋଗୁ ଏଭଳି ଶକ୍ତିଶାଳୀ ଝଟକା ଲାଗିଛି । ଏହା ପୂର୍ବରୁ ଗୁରୁବାର ବିଳମ୍ବିତ ରାତିରେ ଉତ୍ତରପୂର୍ବ ଉପକୂଳରେ ୫.୭ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଝଟକା ଲାଗିଥିଲା ।

Get real time updates directly on you device, subscribe now.