fbpx

୨୩ବର୍ଷର ସମ୍ପର୍କରେ ପଡିବ କି ପୂର୍ଣ୍ଣଚ୍ଛେଦ? ଆଲଗା ହେବେ ସାଉଥ ଷ୍ଟାର ଥଲାପତି ବିଜୟ ଏବଂ ସ୍ତ୍ରୀ ସଙ୍ଗୀତା

ମୁମ୍ବାଇ:ସାଉଥ ଫ୍ଟାର ବିଜୟ ଥଲାପତି ତାଙ୍କ ଷ୍ଟାଇଲ ଏବଂ ଲୁକ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅନେକ ଫିଲ୍ମ ଦର୍ଶଙ୍କ ହୃଦୟ ଜିତିଥିବା ବେଳେ ବର୍ତ୍ତମାନ ତାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଛି । ତେବେ ଏହି ଖବର ତାଙ୍କ ବୃତ୍ତିଗତ ଲାଇଫକୁ ନେଇ ନୁହେଁ ବରଂ ବ୍ୟକ୍ତି ଜୀବନକୁ ନେଇ ଆସିଛି । ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ କୁହାଯାଉଛି ଯେ ସାଉଥ ଷ୍ଟାର ଥଲାପତି ବିଜୟ ତାଙ୍କୁ ସ୍ତ୍ରୀ ସଙ୍ଗୀତାଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି । ସେମାନଙ୍କ ବିବାହକୁ ୨୩ ବର୍ଷରୁ ଅଧିକ ସମୟ ହୋଇଥିବା ବେଳେ ବର୍ତ୍ତମାନ ଉଭୟ ପରସ୍ପରଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି । ଏହି ଖବର ପ୍ରସାରଣ ହେବା ପରେ ଏହା ସେମାନଙ୍କ ଫ୍ୟାନଙ୍କୁ ଅଶ୍ଚର୍ଯ୍ୟ କରିଛି । ଏଥିସହିତ ଏହା ସାଉଥ ଇଣ୍ଡଷ୍ଟ୍ରୀରେ ଏକ ଆଡୁଆ ସୃଷ୍ଟି କରିଛି । ତେବେ ସାଉଥ ଷ୍ଟାର ବିଜୟ ସଙ୍ଗୀତାଙ୍କୁ ପ୍ରେମ ବିବାହ କରିଥିବା ବେଳେ ସେମାନଙ୍କର ୨ଟି ସନ୍ତାନ ମଧ୍ୟ ଅଛନ୍ତି । ତେବେ ଅଭିନେତା ବିଜୟ ତାଙ୍କର ଆଗାମୀ ଚଳଚ୍ଚିତ୍ର ଭାରିସୁର ପ୍ରଚାରରେ ବ୍ୟସ୍ତ ଥିବାବେଳେ ନିକଟରେ ସେହି ପିଲ୍ମର ଅଡିଓ କ୍ଲିପ ଲଞ୍ଚ ହୋଇଥିଲା ଯେଉଁଥିରେ ସଙ୍ଗୀତା ଆସି ନଥିଲେ । ଫଳରେ ଏହାକୁ ନେଇ ଚର୍ଚ୍ଚା ହେବା ସହ ଉଭୟ ପରସ୍ପରଠାରୁ ଅଲଗା ହେଉଥିବା ଜଣାପଡିଛି ।

ଅନ୍ୟପକ୍ଷେ ଏହି ଭାଇରାଲ ଖବରକୁ ନେଇ ବିଜୟ ଏବଂ ସଙ୍ଗୀତା ମୁହଁ ଖୋଲିଛନ୍ତି ଏବଂ ଏହି ଖବରକୁ ଭିତ୍ତି ହୀନ ବୋଲି କହିଛନ୍ତି । ତେବେ ବିଜୟଙ୍କ କହିବା ଅନୁଯୟୀ ସଙ୍ଗୀତା ବର୍ତ୍ତମାନ ପିଲାଙ୍କ ସହିତ ଆମେରିକାରେ ଛୁଟି କାଟୁଛନ୍ତି । ଯେଉଁ କାରଣରୁ ସେ ବିଜୟଙ୍କ ଅଡିଓ କ୍ଲିପ ଲଞ୍ଚ ସମୟରେ ଉପସ୍ଥିତ ରହିପାରି ନାହାଁନ୍ତ । ଏଥିସହିତ ବିଜୟ ଖୁବ୍ ଶୀଘ୍ର ସ୍ତ୍ରୀ ଏବଂ ପିଲାମାନଙ୍କୁ ଭେଟିବାକୁ ଆମେରିକା ମଧ୍ୟ ଯାଉଛନ୍ତି । ତେବେ ସେ କେବେ ଯାଉଛନ୍ତି ତା ଉପରେ କୌଣସି ବିବୃତ୍ତି ମିଳିନାହିଁ ।

Get real time updates directly on you device, subscribe now.