fbpx

(Video) ପୃଥିବୀ ଉପରେ ଝୁଲୁଛି ୪ ଲକ୍ଷ K.G ର ସ୍ପେସ ଷ୍ଟେସନ: ନାସା କାହିଁକି ଦେଲା ଚେତାବନୀ?

ନୂଆଦିଲ୍ଲୀ: ପୃଥିବୀ ଉପରକୁ ଏକ ବଡ଼ ବିପଦ ଆସୁଥିବା ନେଇ ଚେତାବନୀ ଦେଇଛି ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା । ଆଗାମୀ ଭବିଷ୍ୟତରେ ପୃଥିବୀ ଉପରେ ଏହା ଖସିପାରେ ବୋଲି ନାସା ଚେତାବନୀ ଦେଇଛି । ତେବେ ପୃଥିବୀ ଉପରେ ପ୍ରାୟ ୪ ଲକ୍ଷ କିଲୋରୁ ଅଧିକ ଓଜନର ଏକ ସ୍ପେସ ଷ୍ଟେସନ ଝୁଲି ରହିଥିବା ନାସା ପକ୍ଷରୁ ଜାଣିବାକୁ ମିଳିଛି । ଏଥିରେ ସାମାନ୍ୟ ଭୁଲ କିମ୍ବା ଅସାବଧାନତା ହେଲେ ଏକ ପ୍ରଳୟ ଆସିପାରେ ବୋଲି କହିଛି ନାସା । ତେଣୁ ଏହାକୁ ନେଇ ଭୟ ବୃଦ୍ଧି ପାଉଥିବା ବେଳେ ଏହାକୁ ସମାଧାନ ପାଇଁ ଚିନ୍ତା କରାଯାଉଛି ।

ସୂଚନା ଅନୁସାରେ, ୧୯୯୮ ମସିହାରେ ପୃଥିବୀର ମୋଟ ୨୦ଟି ଦେଶ ମିଶି ଅନ୍ତରୀକ୍ଷକୁ ଏହି ଇଣ୍ଟରନେସନାଲ ସ୍ପେସ ଷ୍ଟେସନ ପଠାଇଥିଲେ । ତେବେ ଏହା ମାତ୍ର ୧୫ ବର୍ଷ ପର୍ଯ୍ୟନ୍ତ ଅନ୍ତରୀକ୍ଷକୁ ପଠାଯାଇଥିଲେ ମଧ୍ୟ, ବର୍ତ୍ତମାନ ସୁଦ୍ଧା ଏହା ସେଠାରେ କାର୍ଯ୍ୟ କରୁଛି । ଅନ୍ତରୀକ୍ଷ ସହ ଜଡ଼ିତ ବିଭିନ୍ନ ରହସ୍ୟର ପର୍ଦ୍ଦାଫାଶ କରିବା ସହ ରିସର୍ଚ୍ଚ କରିବା ପାଇଁ ଅନ୍ତରୀକ୍ଷ ଯାତ୍ରୀ ଏହି ସ୍ପେସ ଷ୍ଟେସନକୁ ବ୍ୟବହାର କରିଥାନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦ରୁ ଅଧିକ ମହାକାଶ ଯାତ୍ରୀ ଏଠାକୁ ଯାଇ ସାରିଛନ୍ତି । ପୃଥିବୀଠାରୁ ପ୍ରାୟ ୪୧୦ କି.ମି. ଦୂରରେ ଅବସ୍ଥିତ ଏହି ଇଣ୍ଟରନେସନାଲ ସ୍ପେସ ଷ୍ଟେସନ । ୧୦୯ ମିଟର ଲମ୍ବା ସ୍ପେସ ଷ୍ଟେସନର ଓଜନ ପ୍ରାୟ ୪ ଲକ୍ଷ ୫୦ ହଜାର କିଲୋଗ୍ରାମ ରହିଛି । ୧୫ କୋଟି ଡଲାର ଖର୍ଚ୍ଚରେ ପ୍ରସ୍ତୁତ ହୋଇଥିବା ଏହି ସ୍ପେସ ଷ୍ଟେସନ ଅନ୍ତରୀକ୍ଷର ସବୁଠାରୁ ମହଙ୍ଗା ଜିନିଷ ତାଲିକାରେ ସାମିଲ ରହିଛି ।

ତେବେ ବର୍ତ୍ତମାନ ଏହାକୁ ପୃଥିବୀରେ ସତର୍କତାର ସହ ଅବତରଣ କରାଇବା ପାଇଁ ଚେଷ୍ଟା କରାଯାଉଛି । କିନ୍ତୁ ଏହା ସହଜ ହେବନାହିଁ, କାରଣ ସାମାନ୍ୟ ଅସାବଧାନତା ପୃଥିବୀ ପାଇଁ ଏକ ବିଶାଳ କ୍ଷତି ଘଟାଇପାରେ । ଏହି ସ୍ପେସ ଷ୍ଟେସନକୁ ନାସା ପଏଣ୍ଟ ନେମାରେ ଅବତରଣ କରାଯିବା ପାଇଁ ଯୋଜନା କରାଯାଉଛି । ଏଥିପାଇଁ ସ୍ପସ ଟଗ୍ ର ବ୍ୟବହାର କରିବ ନାସା । ଏହା ସ୍ପେସ ଷ୍ଟେସନକୁ ବାୟୁମଣ୍ଡଳକୁ ଠେଲିଦେବ । ଏଠାରେ ଏହା ଜଳିବା ଆରମ୍ଭ କରିବ ଏବଂ ପଏଣ୍ଟ ନିମୋ ନାମକ ଏକ ଜାଗାରେ ଏହାକୁ ସମୁଦ୍ରରେ ଅବତରଣ କରାଯିବ । ତେବେ ଏହି ଅବତରଣରେ ସାମାନ୍ୟ ଭୁଲ ମଧ୍ୟ ପୃଥିବୀ ପାଇଁ ବଡ଼ ବିପଦର କାରଣ ହୋଇପାରେ ।

Get real time updates directly on you device, subscribe now.