fbpx

ସ୍ପେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ,୧୫ ।୩: ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁଁ ୧୩୭ ଟି ଦେଶରେ ୫,୭୬୪ ଜଣଙ୍କର ମୃତ୍ୟୁ ଘଟିଛି। ଏହାରି ମଧ୍ୟରେ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ପତ୍ନୀ ବେଗୋନା ଗୋମେଜ କରୋନା ଭୂତାଣୁ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଛନ୍ତି। ସ୍ପେନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ମିଳିଛି। ସାଞ୍ଚେଜଙ୍କ କ୍ୟାବିନେଟର ଦୁଇଜଣ ମନ୍ତ୍ରୀ, ସମାନତା ମନ୍ତ୍ରୀ ଏବଂ ଆଞ୍ଚଳିକ ବ୍ୟାପାର ମନ୍ତ୍ରୀ ଏହି ସପ୍ତାହ ପୂର୍ବରୁ ସକାରାତ୍ମକ ପରୀକ୍ଷା କରିସାରିଛନ୍ତି। ବର୍ତ୍ତମାନ ବେଗୋନା ଗୋମେଜଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ପତ୍ନୀ କରୋନା ଜୀବାଣୁ ପଜିଟିଭ ଆସିବା ପରେ ଆମେରିକା ଏବଂ ସ୍ପେନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

Get real time updates directly on you device, subscribe now.