fbpx

ହାତର ୪ ଆଙ୍ଗୁଳି କାଟିଦେଲେ ରୋଗୀ

ବ୍ରହ୍ମପୁର, ୧୫ା୩(ଓଡ଼ିଶା ଭାସ୍କର): ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ରୋଗୀ ନିଜ ବାମ ହାତର ୪ଟି ଆଙ୍ଗୁଳିକୁ କାଟି ଦେଇଛନ୍ତି । କିନ୍ତୁ ସେ ଏପରି କାହିଁକି କରିଛନ୍ତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ମାନସିକ ଭାରସାମ୍ୟ ହରାଇ କି ଆଉ କେଉଁ କାରଣରୁ ଏପରି କରିଛନ୍ତି ତାହା ଜଣାପଡ଼ିନାହିଁ । ଉଲ୍ଲେଖଯୋଗ୍ୟ ଯେ ରୋଗୀ ଗଙ୍ଗା ମାଡ଼କାମୀ ଅସ୍ଥିଶଲ୍ୟ ୱାର୍ଡ଼ରେ ଭର୍ତ୍ତି ହୋଇଥିଲେ । ଗଙ୍ଗା ମାଡ଼କାମୀ ହେଉଛନ୍ତି ମାଲକାନଗିରି ସିଆଡ଼ିମାଳ ଅଞ୍ଚଳର ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.