fbpx

ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ୨ ମୃତ ଓ ଜଣେ ଆହତ

କନ୍ଧମାଳ, ୧୫ା୩(ଓଡ଼ିଶା ଭାସ୍କର): କନ୍ଧମାଳ ତୁମୁଡ଼ିବନ୍ଧ ବ୍ଳକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ରାସ୍ତାରେ ସଡ଼କ ଦୁର୍ଘଟଣା ହୋଇଛି । ସେଠାରେ ଏକ ବାଇକକୁ ଆମ୍ବୁଲାନ୍ସ ଧକ୍କା ଦେଇଥିବା ସୂଚନା ମିଳିଛି । ଯାହାଫଳରେ ଦୁଇ ଜଣଙ୍କର ମୃତ୍ୟୁୂ ହୋଇଛି । ଦୁଇ ମୃତକ ହେଉଛନ୍ତି ପ୍ରଭାତ ବଡ଼ସେଠ ଓ ନୀଳିମା ମାଝୀ । ଦୁଇ ଜଣଙ୍କ ମୃତ୍ୟୁ ହେବା ସାଙ୍ଗକୁ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଜଣଙ୍କୁ ବାଲିଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.