fbpx

ସର୍ବଦଳୀୟ ବୈଠକ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୨୫/୯(ଓଡିଶା ଭାସ୍କର): ସର୍ବଦଳୀୟ ବୈଠକ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ବିଧି ଅନୁସାରେ ଗୃହ କାର୍ଯ୍ୟ ଚାଲିବ ଓ ପ୍ରଶ୍ନକାଳ ରହିବନି ବୋଲି ସେ କହିଛନ୍ତି। ୨୯ ତାରିଖ ଦିନ ୧୧ ଟାରୁ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନ ପ୍ରଥମର୍ଦ୍ଧାରେ ଶୋକ ପ୍ରସ୍ତାବ ପାରିତ ପରେ ଗୃହ ମୁଲତବୀ ହେବ। ଅପରାହ୍ନ ୩ଟାରୁ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇ ୫ ଟାରେ ଶେଷ ହେବ ।

ଅନ୍ୟ ଦିନରେ ଗୃହ କାର୍ଯ୍ୟ ଦିନ ୧୦.୩୦ ରୁ ଆରମ୍ଭ ହୋଇ ଦିନ ୧ ଟା ଯାଏ ଚାଲିବ । ଦ୍ବିତୀୟାର୍ଦ୍ଧ ଅପରାହ୍ନ ୩ଟା ରୁ ୫ଟା ଯାଏ  ଗୃହ କାର୍ଯ୍ୟ ଚାଲିବ।ପ୍ରଶ୍ନକାଳ ରହିବ କି ନାହିଁ ଅଧିବେଶନ ଦିନ ହିଁ ନିଷ୍ପତ୍ତି ନିଆଯିବ । କାଲି ସକାଳ ୮ଟାରୁ ଆରମ୍ଭ କୋଭିଡ ପରୀକ୍ଷା ହେବ ବୋଲି ସେ କହିିିଛନ୍ତି।

Get real time updates directly on you device, subscribe now.