fbpx

BJPର ମନ୍ତ୍ରୀ ଓ ସାଂସଦଙ୍କୁ ଦିଆଗଲା ଏକ ସ୍ପେଶାଲ ଟୋପି, ଜାଣନ୍ତୁ ଏହି ଟୋପି ସହିତ ମୋଦୀଙ୍କର କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ: ଆଗକୁ ଗୁଜୁରାଟ ବିଧାନସଭା ନିର୍ବାଚନ ଥିବାବେଳେ ବିଜେପି ଆରମ୍ଭ କରିଦେଇଛି ତା’ର ନିର୍ବାଚନୀ ପ୍ରଚାର । ଏହିକ୍ରମରେ ବିଜେପିର ସଂସଦୀୟ ଦଳ ବୈଠକରେ ସମସ୍ତ ମନ୍ତ୍ରୀ ଓ ସାଂସଦମାନଙ୍କୁ ଏକ ଖାସ୍ ଟୋପି ଦିଆଯାଇଛି । ନିକଟରେ ଚାରିଟି ରାଜ୍ୟରେ କ୍ଷମତା ହାସଲ କରିବା ପରେ ଅହମ୍ମଦାବାଦଠାରେ ଆୟୋଜିତ ରୋଡ୍ ଶୋ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଟୋପି ପରିଧାନ କରିଥିଲେ । ତେବେ ସାଂସଦମାନଙ୍କୁ ଟୋପି ସହିତ ବୁଷ୍ଟର ଚକୋଲେଟ୍ ମଧ୍ୟ ଦିଆଯାଇଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ଗୁଜୁରାଟ ବିଜେପି ପକ୍ଷରୁ ଏହି ସ୍ୱତନ୍ତ୍ର ଟୋପି ପ୍ରସ୍ତୁତ କରାଯାଇଥିଲା । ଦଳର ସମସ୍ତ ନେତାମାନଙ୍କୁ ଏହି ଟୋପି ବହୁତ ପସନ୍ଦ ଆସିଥିଲା । ଏହାପରେ ଦିଲ୍ଲୀରେ ବିଜେପି ସଂସଦୀୟ ଦଳ ଟୋପି ଓ ଏନର୍ଜି ବୁଷ୍ଟର ଚକୋଲେଟ୍ ମଗାଇଥିଲା । ତେବେ ପାଖାପାଖି ଚାରି ଶହ ନେତାଙ୍କୁ ଏହି ଟୋପି ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।

ସଂସଦୀୟ ଦଳ ବୈଠକରେ ମୋଦୀ ସାଂସଦମାନଙ୍କୁ ଆସନ୍ତା ୧୫ ଦିନ ମଧ୍ୟରେ ନିଜ ନିଜ ଅଞ୍ଚଳରେ ରହି ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇବାକୁ କହିଥିଲେ । ଆସନ୍ତାକାଲି ବିଜେପିର ପ୍ରତିଷ୍ଠା ଦିବସ ଓ ୧୪ରେ ଅମ୍ବେଦକର ଜୟନ୍ତୀ ପଡ଼ୁଥିବାରୁ ପିଏମ୍ ମୋଦୀ ଦଳର ନୀତି ଓ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ ଗୁରୁମନ୍ତ୍ର ଦେଇଥିଲେ । ସେହିପରି ରାଜ୍ୟସଭାରେ ବିଜେପିର ସାଂସଦଙ୍କ ସଂଖ୍ୟା ୧୦୦ ପହଞ୍ଚିଥିବା ଏକ ଗର୍ବର ବିଷୟ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ ।

Get real time updates directly on you device, subscribe now.