fbpx
BSKY
BJD SHG SKY
BJD YOUTH SKY

କମ୍ ଦରମା ପାଉଥିବା କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ପ୍ୟାକେଜ୍

ଭୁବନେଶ୍ୱର, ୧୦ା୧୨ (ଓଡିଶା ଭାସ୍କର): କମ୍ ଦରମା ପାଉଥିବା କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର । ଆତ୍ମନିର୍ଭରଶୀଳ ଭାରତ ରୋଜଗାର ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଏକ ଉପହାର ଦେବାକୁ ଯାଉଛନ୍ତି । ଯେଉଁ କର୍ମଚାରୀମାନେ ୧ ଅକ୍ଟୋବର ୨୦୨୦ରୁ ୩୦ ଜୁନ ୨୦୨୧ ମଧ୍ୟରେ କମ୍ପାନୀ କିମ୍ବା ଅନ୍ୟକ୍ଷେତ୍ରରେ ନିଯୁକ୍ତି ପାଇଥିବେ, ସେମାନେ ଅବସରକାଳୀନ ଫଣ୍ଡରେ ଅଂଶଧନ ରୂପେ ପାଇବେ । ଏହା ପ୍ରକାଶ କରିଛନ୍ତି ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ।
ଯେଉଁମାନେ ମାସକୁ ୧୫ ହଜାର ଟଙ୍କାରୁ କମ୍ ଦରମା ପାଉଛନ୍ତି, ସେମାନଙ୍କର ଏହି ଖର୍ଚ୍ଚ ସରକାର ବହନ କରିବେ । କର୍ମଚାରୀଙ୍କର ପାଇଁ କଟୁଥିବା ଇପିଏଫ୍ ୧୨ ପ୍ରତିଶତ ମଧ୍ୟ ସରକାର ଯୋଗାଇ ଦେବେ । କ୍ୟାବିନେଟ ବୈଠକରେ ସରକାର ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଯୋଜନାରେ ବଜେଟ୍ ୨୨,୮୧୦ କୋଟି ଖର୍ଚ୍ଚ ହେବା ସହ ୫୮.୫ ଲକ୍ଷର କର୍ମଚାରୀ ଏହାର ସୁଫଳ ପାଇପାରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.