fbpx

ବିଏମସି ପକ୍ଷରୁ ହେଲା ସ୍ୱତନ୍ତ୍ର ଟେଷ୍ଟିଂ କ୍ୟାମ୍ପ୍, କୋଉଠି ଜାଣନ୍ତୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପୂରା ଦମ୍ରେ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଏନେଇ ବ୍ୟାପକ ସଚେତନତା କରାଯାଇ ଆସୁଛି । ଏପରିକି ଟିକାକରଣ ଓ ପରୀକ୍ଷଣ ପାଇଁ ଗୁରୁତ୍ୱାରୋପ କରାଯାଉଛି । ଏହି କ୍ରମରେ ରାଜଧାନୀର ବିଭିନ୍ନ ସ୍ଥାନରେ ହୋଇଛିି ସ୍ୱତନ୍ତ୍ର ଟେଷ୍ଟିଂ କ୍ୟାମ୍ପ୍ ।

Special Testing Drive #OdishaBhaskar

ସୂଚନା ଅନୁସାରେ ୧ ନଂମ୍ବର ମାର୍କେଟର ସମସ୍ତ ଦୋକାନୀଙ୍କଠାରୁ ସାମ୍ପୁଲ୍ ସଂଗ୍ରହ କରାଯାଇଛି । ସେହିପରି ୟୁନିଟ୍-୪ ମାର୍କେଟ୍, ଆଇଡି ମାର୍କେଟ୍ ଓ ଚନ୍ଦ୍ରଶେଖରପୁର ଫଳ ବଜାରରେ ଥିବା ସମସ୍ତ ଦୋକାନୀଙ୍କଠାୁ ସାମ୍ପୁଲ୍ ସଂଗ୍ରହ କରିଛି ବିଏମସି । ଆଗୁଆ ସତର୍କ ରହିବା ଓ ନିଜକୁ ପରୀକ୍ଷଣ କରାଇନେବା ଫଳରେ ଜଣେ ସତର୍କ ରହିପାରିବ । ସେହିପରି ସଂକ୍ରମଣ ବ୍ୟାପିବାରୁ ମୁକ୍ତି ମିଳିପାରିବ ବୋଲି କୁହାଯାଇଛି । ଆଗକୁ ମଧ୍ୟ ଏଭଳି ପଦକ୍ଷେପ ନେବାକୁ ସାଧାରଣରେ ମତପ୍ରକାଶ ପାଇଛି ।

Special Testing Drive1 #OdishaBhaskar

Get real time updates directly on you device, subscribe now.