fbpx

ଅଣ ହିନ୍ଦୁମାନଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ, ପୂଜା ପାଠରେ ହୋଇପାରିବେ ସାମିଲ

ହାଇଦ୍ରାବାଦ: ସନାତନ ଧର୍ମ ଉପରେ ବିଶ୍ୱାସ ରଖୁଥିବା ଅଣ ହିନ୍ଦୁମାନଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ । ଏନେଇ ହାଇଦ୍ରାବାଦ ସ୍ଥିତ ତିରୁମାଲା ତିରୁପତି ଦେବସ୍ଥାନମ(TTD) ଏଭଳି ଏକ ପ୍ଲାଟଫର୍ମ ପ୍ରଦାନ କରିବା ଉପରେ ବିଚାର କରୁଛି । ଏହି ପ୍ଲାଟଫର୍ମ ମାଧ୍ୟମରେ ଅଣ ହିନ୍ଦୁମାନଙ୍କୁ ପୂଜା ଏବଂ ହିନ୍ଦୁ ଧର୍ମ ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯିବା ସହ ତାଲିମ ଦିଆଯିବ । TTD ଟ୍ରଷ୍ଟ ବୋର୍ଡ଼ର ଅଧ୍ୟକ୍ଷ ଭୁମନା କରୁଣାକର ରେଡ୍ଡୀଙ୍କ କହିବାନୁଯାୟୀ ହିନ୍ଦୁ ଧର୍ମର ମୂଲ୍ୟବୋଧର ବିସ୍ତାର କରିବା ଏବଂ ଧାର୍ମିକ ପରିବର୍ତ୍ତନ ଉପରେ ରୋକ୍ ଲଗାଇବା ଏହି ପ୍ଲାଟଫର୍ମର ମୂଳ ଉଦ୍ଦେଶ୍ୟ ରହିବ । କହିରଖୁଛୁ କରୁଣାକର ରେଡ୍ଡୀ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।

ତିରୁମାଲାରେ ଅସ୍ଥାନା ମଣ୍ଡପମରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ TTD ଟ୍ରଷ୍ଟ ବେର୍ଡ଼ର ଅଧ୍ୟକ୍ଷ ଭୁମନା କରୁଣାକର ରେଡ୍ଡୀ କହିଥିଲେ, ‘TTD ଏଭଳି ଏକ ପ୍ଲାଟଫର୍ମ ସ୍ଥାପନା କରିବା ଉପରେ ବିଚାର କରୁଛି ଯାହା ସନାତନ ଧର୍ମ, ହିନ୍ଦୁ ଦେବା ଦେବୀ ଏବଂ ବାଲାଜୀଙ୍କ ଉପରେ ବିଶ୍ୱାସ କରୁଥିବା ଅଣ ହିନ୍ଦୁମାନଙ୍କୁ ଏହି ଧର୍ମ ଆପଣାଇବା ପାଇଁ ଏକ ଅବସର ପ୍ରଦାନ କରିବ । ଭାରତରେ ଏଭଳି ମଞ୍ଚ ପ୍ରଥମ ଯେଉଁଥିରେ ଅଣହିନ୍ଦୁମାନଙ୍କୁ ହିନ୍ଦୁ ରୀତି ନୀତି ଓ ପୂଜା ପାଠ ବିଷୟରେ ତାଲିମ ପ୍ରଦାନ କରାଯିବ ।’

 

Get real time updates directly on you device, subscribe now.