fbpx

୧୨ରୁ ଚାଲିବ ଶ୍ରମିକ ସ୍ପେଶାଲ ଟ୍ରେନ

ଭୁବନେଶ୍ୱର, ୯ା୯(ଓଡ଼ିଶା ଭାସ୍କର): ଆସନ୍ତା ୧୨ ତାରିଖରୁ ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିବ ବୋଲି ସୂଚନା ମିଳିଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରୀ-ଅହମ୍ମଦାବାଦ, ପୁରୀ-ଗାନ୍ଧୀଧାମ, ପୁରୀ-ଓଖା ରୁଟରେ ଟ୍ରେନ ଚାଲିବ ।
ଗତକାଲି ଶ୍ରମିକ ଟ୍ରେନ ଚାଲୁ କରିବା ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର । ପ୍ରବାସୀ ଓଡ଼ିଆ ଜୀବନଜୀବିକା ପାଇଁ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବାକୁ ଚିଠି ଲେଖିଥିଲେ ଧର୍ମେର୍ନ୍ଦ୍ର । ଗୁଜୁରାଟ, କର୍ଣ୍ଣାଟକ, ମହାରାଷ୍ଟ୍ରକୁ ଟ୍ରେନ ଚଳାଚଳ କରିବାକୁ ଅନୁରୋଧ ସେ ଅନୁରୋଧ କରିଥିଲେ । ମୌସୁମୀ ପରିସ୍ଥିତି ଓ ସଡ଼କ ପଥରେ ଦୂରବାଟ ଯାତ୍ରା କରିବା ନିରାପଦ ନୁହେଁ ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ ।

Get real time updates directly on you device, subscribe now.