fbpx

ଲର୍ଡସରେ ହଙ୍ଗାମା: ଆସେଜ ଟେଷ୍ଟରେ ପିଚ୍ ଖରାପ କରିବା ପାଇଁ ପଡିଆରେ ପଶିଗଲେ ଦର୍ଶକ

ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସେଜ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜାରି ରହିଛି । ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ ଷ୍ଟାଡିୟମରେ ହଙ୍ଗାମା ଦେଖିବାକୁ ମିଳିଛି । ମ୍ୟାଚର ପ୍ରଥମ ଦିନରେ ପ୍ରଦର୍ଶନକାରୀମାନେ ଏକ ଅଭାବନୀୟ ଏବଂ ଲଜ୍ଜାଜନକ ଘଟଣା ଘଟାଇ ଦେଇଛନ୍ତି । ଯାହାକୁ ନେଇ ଏବେ କ୍ରିକେଟ ମାହୋଲରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ହାଇ ଭୋଲ୍ଟେଜ ମ୍ୟାଚ ମ୍ୟାଚ ଚାଲିଥିବା ବେଳେ ୨ ଜଣ ପ୍ରଦର୍ଶନକାରୀ ପଡିଆ ଭିତରେ ପଶି ପିଚକୁ ଖରାପ କରିବାକୁ ଚେଷ୍ଟା କରିଛନ୍ତି ।

Just Stop Oil invade Lords pitch in Ashes Series Test

ଆସେଜ ଟେଷ୍ଟର ଦ୍ୱିତୀୟ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ । ତେବେ ଅଷ୍ଟ୍ରେଲିଆ ବ୍ୟାଟିଂର ଦ୍ୱିତୀୟ ଓଭର ସମୟରେ ଦୁଇ ଜଣ ପ୍ରଦର୍ଶନକାରୀ ହଠାତ ପଡିଆ ଭିତରକୁ ପଶି ଆସିଥିଲେ । ହାତରେ ଅରେଞ୍ଜ ପାଉଡର ଭଳି କିଛି ଜିନିଷ ଧରି ସେମାନେ ପିଚକୁ ଖରାପ କରିବା ଉଦ୍ଦେଶ୍ୟରେ ଆଗେଇ ଚାଲିଥିଲେ । କିନ୍ତୁ ପିଚରେ ପହଞ୍ଚିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଜଣକୁ କାବୁ କରି ନେଇଛନ୍ତି ଇଂଲଣ୍ଡର ଷ୍ଟାର ପ୍ଲେୟର ଜନି ବେୟାରଷ୍ଟୋ । ଏହି ପ୍ରଦର୍ଶନକାରୀଙ୍କୁ ଉଠାଇ ନେଇ ସେ ସିଧା ପଡିଆ ବାହାରେ ଛାଡି ଦେଇ ଆସିଛନ୍ତି । ସେପଟେ ଅନ୍ୟ ଜଣେ ପିଚ ପାଖରେ ପହଞ୍ଚି ଯାଇଥିଲେ ମଧ୍ୟ ଲକ୍ଷ୍ୟରେ ସଫଳ ହୋଇ ପାରିନାହାନ୍ତି । ଖେଳାଳି ଏବଂ ସୁରକ୍ଷାକର୍ମୀ ତାଙ୍କୁ ମଧ୍ୟ ରୋକିବାରେ ସଫଳ ହୋଇଛନ୍ତି ।

କାହିଁକି ଏହି ପ୍ରଦର୍ଶନ?

ପଡିଆରେ ପଶିଥିବା ଏହି ଦୁଇ ବ୍ୟକ୍ତି ହେଉଛନ୍ତି ‘ଜଷ୍ଟ ଷ୍ଟପ ଅଏଲ’କୁ ବିରୋଧ କରୁଥିବା ସଦସ୍ୟ ଯେଉଁମାନେ ନିଜ ବିରୋଧକୁ ପ୍ରଦର୍ଶନ କରିବା ପାଇଁ ଏମିତି କାଣ୍ଡ ଘଟାଇଛନ୍ତି । ଏହାଦ୍ୱାରା ବ୍ରିଟେନ ସରକାରଙ୍କ ନୂଆ ତୈଳ, ଗ୍ୟାସ ଏବଂ କୋଇଲା ପରିଯୋଜନାକୁ ବିରୋଧ କରିଛନ୍ତି । ଯଥାଶୀଘ୍ର ଏହି ପରିଯୋଜନା ସହ ଜଡିତ ଲାଇସେନ୍ସକୁ ରଦ୍ଦ କରିବା ପାଇଁ ଏମାନେ ଦାବି କରିଛନ୍ତି । ସେଥିପାଇଁ ବିଭିନ୍ନ ସ୍ଥାନରେ ଏହି ବରୋଧ ଦେଖିବାକୁ ମିଳିଛି । ଯାହା ରାସ୍ତାରୁ ଆରମ୍ଭ ହୋଇ ବର୍ତ୍ତମାନ କ୍ରିକେଟ ମଇଦାନରେ ପହଞ୍ଚି ସାରିଛି ।

Just Stop Oil

Get real time updates directly on you device, subscribe now.