fbpx

Video: ଦ୍ରୁତଗତିରେ ଆସି ଫୁଟପାଥରେ ତିନି ନାବାଳକଙ୍କ ଉପରେ ମାଡ଼ିଗଲା କାର୍, ଚାଳକ ଗିରଫ

AAKASH

ନୂଆଦିଲ୍ଲୀ: ଡ୍ରାଇଭରଙ୍କ ଅବହେଳା ପାଇଁ ତିନି ନିରୀହ ନାବାଳକଙ୍କ ଉପରେ ମାଡ଼ିଗଲା କାର୍ । ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଦିଲ୍ଲୀର ଗୁଲାବି ବାଗ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଗାଡି ଚଳାଇବା ଶିଖୁଥିବା ଜଣେ ବ୍ୟକ୍ତି ଭାରସାମ୍ୟ ହରାଇ ୩ ଜଣ ନିରୀହ ନାବାଳକଙ୍କ ଉପରେ ମାଡ଼ି ନେଇଥିବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଦୁଇ ଶିଶୁ ସାମାନ୍ୟ ଆହତ ହୋଇଥିବାବେଳେ ଅନ୍ୟ ଜଣେ ଶିଶୁ ଅଧିକ ଆହତ ହୋଇଥବା ସୂଚନା ମିଳିଛି । ଚିକିତ୍ସା ପରେ ଡାକ୍ତରମାନେ ନାବାଳକଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆଣିଛନ୍ତି ।

ସୂଚନା ଅନୁଯାୟୀ, ଏହି ଘଟଣା ସକାଳ ୯ଟା ୩୦ ମିନିଟରେ ଘଟିଥିଲା । ସିସିଟିଭି ଫୁଟେଜରେ ସ୍ପଷ୍ଟ ଭାବେ ଦେଖାଯାଇଛି ଯେ ଏକ ଧଳା ରଙ୍ଗର କାର୍ ସିଧା ରାସ୍ତା ଉପରେ ମାଡ଼ି ଯାଇ କାନ୍ଥ ସହ ଧକ୍କା ହେବା ପରେ କିଛି ଦୂରରେ ଅଟକି ଯାଇଥିଲା । ଦୁର୍ଘଟଣା ସମୟରେ ତିନିଜଣ ନାବାଳକ ଏକାଠି ଉପସ୍ଥିତ ଥିଳେ । ତେବେ ଦୁଇ ଜଣ ନାବାଳକ କାରରେ ଧକ୍କା ହୋଇ ଅଳ୍ପକେ ବର୍ତ୍ତିଥିଲେ । ଅନ୍ୟ ଜଣେ ନାବାଳକ ନିଜକୁ ବଞ୍ଚାଇ ପାରି ନଥିଲା । ଏବଂ ଗୁରୁତର ଭାବେ ଆହତ ହୋଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ନାବାଳକଙ୍କ ନିକଟକୁ ଆସି ତାଙ୍କୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ପୋଲିସ ଗାଡିଟିକୁ ଜବତ କରି ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଥିବା ସୂଚନା ମିଳିଛି । ପୋଲିସ ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ କରୁଛି ।

Get real time updates directly on you device, subscribe now.