fbpx

(video)ଦିନ ଦ୍ୱିପ୍ରହରରେ ମାର୍କେଟ ଉପରେ ୩ ଜଣଙ୍କ ଉପରେ ଚଢିଗଲା କାର୍‌, ସିସିଟିଭି କ୍ୟାମେରାରେ ରେକର୍ଡ ଦୁର୍ଘଟଣା ବେଳର ଦୃଶ୍ୟ

ବେଙ୍ଗାଲୁର: ବେଙ୍ଗାଲୁରରେ ଏକ ସଡକ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ଦିନ ଦି୍ୱପ୍ରହରରେ ଏକ ଏସୟୁଭି କାର୍ ୩ ଜଣଙ୍କ ଉପରେ ଚଢି ଯାଉଛି । ଏହି ଦୁର୍ଘଟଣାରେ ୨ ବାଇକ୍ ଚାଳକଙ୍କ ଅବସ୍ଥା ଗମ୍ଭୀର ଥିବାର ସୂଚନା ମିଳିଛି ।

ଦୁର୍ଘଟଣା ଘଟାଇବା ପରେ କାର୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଦେଇଛି ।
ଏହି ଦୁର୍ଘଟଣା ବେଙ୍ଗାଲୁରର କଲେନା ଅଗ୍ରହରା ନିକଟରେ ଘଟିଛି । ଭିଡିଓରେ ଦେଖିବାକୁ ମିଳୁଛି ଦ୍ରୁତ ଗତିରେ ଆସୁଥିବା ଏକ ଏସୟୁଭି କାର୍ ଏକ ବାଇକକୁ ଧକ୍କା ଦେଉଛି । ଏଥିରେ ୩ ଜଣ ଲୋକ ଆହତ ହୋଇଛନ୍ତି । ବାଇକ୍‌ରେ ବସିଥିବା ଜଣେ ଯୁବକ ଓ ଯୁବତୀଙ୍କ ଅବସ୍ଥା ଗମ୍ଭୀର ଅଛି । ଦୁର୍ଘଟଣା ଘଟାଇ କାର୍ ଚାଳକ ଫେରାର ହୋଇଯାଇଛି ।

ପୋଲିସ କହିଛି ଏହି ଘଟଣା କଲେନା ଅଗ୍ରହରା ଜନବସତି ଅଞ୍ଚଳରେ ଘଟିଛି । ଅଭିଷେକ ଅଗ୍ରୱାଲ ନାମକ କାର୍ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇ ଦୁଇ ବାଇକ୍ ଚାଳକଙ୍କ ସହ ପିଟି ହୋଇଯାଇଥିଲା । ଏହି ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଥିଲା ।

Get real time updates directly on you device, subscribe now.