fbpx

ଲ୍ୟାଣ୍ଡିଂ ସମୟରେ ଝଡ଼ରେ ଫସିଲା ସ୍ପାଇସ୍ ଜେଟ୍ ବିମାନ: ୧୨ ଯାତ୍ରୀ ଗୁରୁତର

Advertisement

ନୂଆଦିଲ୍ଲୀ: ସ୍ପାଇସ୍ ଜେଟର ମୁମ୍ବାଇ-ଦୁର୍ଗାପୁର ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରିବା ସମୟରେ ରବିବାର ଦିନ ଝଡ଼ର ସାମ୍ନା କରିଛି । କିନ୍ତୁ ସୋଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛି ବିମାନ । ଦୁର୍ଗାପୁରରେ ଅବତରଣ ବେଳେ ସ୍ୱାଇସ୍ ଜେଟଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ସମୟରେ ବିମାନରେ ଥିବା ୧୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ଅବତରଣ ବେଳେ ଅଘଟଣକୁ ସ୍ପାଇସ୍ ଜେଟ୍ କର୍ତ୍ତୃପକ୍ଷ ମଧ୍ୟ ସ୍ୱୀକାର କରିଛନ୍ତି । ସ୍ପାଇସଜେଟର ମୁଖପାତ୍ର କହିଛନ୍ତି ଯେ, ‘ମେ ୧ରେ ସ୍ପାଇସଜେଟର ବୋଇଂ ବି ୭୩୭ ବିମାନ ମୁମ୍ବାଇରୁ ଦୁର୍ଗାପୁରର ଉଡ଼ାଣ ଏସଜି-୯୪୫ ସଞ୍ଚାଳିତ କରିବା ସମୟରେ ବନ୍ଦରରେ ଅବତରଣ କରୁଥିଲା । ସେହି ସମୟରେ ତାକୁ ଝଡ଼ର ସାମ୍ନା କରିବାକୁ ପଡିଲା । ଫଳରେ କିଛି ବିମାନରେ ଥିବା କିଛି ଯାତ୍ରୀ ଗୁରୁତର ଆହତ ହେଲେ ।’

ତେବେ ଘଟଣା ସମୟରେ ଯାତ୍ରୀମାନେ ଅଧିକ ବିଚଳିତ ହୋଇଥିଲେ । ସିଟ ଉପରେ ରଖାଯାଇଥିବା ସାମଗ୍ରୀ ତଳକୁ ଖସିବାରୁ ଅବସ୍ଥା ଆହୁରୀ ଖରାପ ହୋଇଥିଲା । ଅବଶ୍ୟ ପାଇଲଟ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନଟିକୁ ଝଡ଼ରୁ ବାହାର କରି ସୁରକ୍ଷିତ ଭାବେ ଅବତରଣ କରିଥିଲେ ।

Get real time updates directly on you device, subscribe now.