IPL ୨୦୨୨ରେ ସ୍ପିନରଙ୍କ ପାଇଁ ବଢୁଛି ଯୁଦ୍ଧ: ବେସ ପ୍ରାଇସଠୁ ଖୁବ ଉପରେ ବିକ୍ରି ହେଲେ ୩ ସ୍ପିନର

ବେଙ୍ଗଲୁରୁ: IPL ୨୦୨୨ ମେଗା ଅକ୍ସନରେ ବଢିଛି ସ୍ପିନର ମାନଙ୍କର ଚାହିଦା । ସ୍ପିନରମାନଙ୍କ ପାଇଁ ପ୍ରତ୍ୟେକ ଦଳ ମଧ୍ୟରେ ଲାଗିଛି ଟଣା ଓଟରା । ଏତି ମଧ୍ୟରେ ଭାରତର ଦୁଇ ସ୍ପିନର ଏବଂ ଶ୍ରୀଲଙ୍କାର ଜଣେ ଖେଳାଳିଙ୍କୁ ଖୁବ ଉଚ୍ଚ ଦାମରେ ବିକ୍ରି ହୋଇଛନ୍ତି ।
ଶ୍ରୀଲଙ୍କାର ସ୍ପିନ ବୋଲର ୱାନିନ୍ଦୁ ହସରଙ୍ଗାଙ୍କ ବେସ ପ୍ରାଇସ ୨ କୋଟି ରହିଥିବା ବେଳେ ୧.୭୫ କୋଟିରେ ତାଙ୍କୁ ଦଳରେ ସାମିଲ କରିଛି ତାଙ୍କର ପୂର୍ବତନ ଫ୍ରାଞ୍ଚାଇଜି ରୋୟଲ ଚାଲେଞ୍ଜର ବାଙ୍ଗାଲୋର । ହସରଙ୍ଗାଙ୍କ ଭଳି ଜଣେ ଷ୍ଟାର ବୋଲରଙ୍କୁ ଦଳରେ ସାମିଲ କରି ଅନ୍ୟ ଜଣେ ଅଲରାଉଣ୍ଡରଙ୍କୁ ଆରସିବି ହାତଛଡା କରିଛି । ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ଧୂମ ମଚାଇଥିବା ଭାରତୀୟ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଏବେ ସନରାଇଜର୍ସ ହାଇଦ୍ରାବାଦରେ ଯୋଗ ଦେଇଛନ୍ତି । ୮.୭୫ କୋଟି ବ୍ୟୟରେ ସନରାଇଜର୍ସରେ ପହଞ୍ଚିଛନ୍ତି ୨ କୋଟି ବେସ ପ୍ରାଇସ ରହିଥିବା ସୁନ୍ଦର । ସେହିପରି ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ମଧ୍ୟ ମୁମ୍ବାଇ ପଲଟନରୁ ବିଦାୟ ନେଇଛନ୍ତି । କେ.ଏଲ ରାହୁଲଙ୍କ ନେତୃତ୍ୱରେ ୨୦୨୨ସିଜନରେ କେଳିବେ କ୍ରୁନାଲ । ୮.୨୫ କୋଟିରେ ସେ ଏବେ ଲକ୍ଷେ୍ନø ସୁପର ଜିଆଣ୍ଟସ ସହିତ ଯୋଡି ହୋଇଛନ୍ତି ।

IND vs WI: There Are Two World Cups In Next 15-16 Months, That's My Focus -  Washington Sundar

IPL 2022: I will win you games 100%; if Hardik wants me, he can get me in  the auction- Krunal Pandya

IPL 2022 Auction: Massive Bidding War Ends With Wanindu Hasaranga Returning  to RCB