fbpx
BSKY
BJD MC SKY
BJD YOUTH SKY

ଶ୍ରେୟସଙ୍କୁ ଟପିଲେ ଇଶାନ: ଏପର୍ଯ୍ୟନ୍ତ ସବୁଠୁ ଦାମୀ ଖେଳାଳି ଭାବେ ଏହି ଦଳରେ ସାମିଲ ହେଲେ ଇଶାନ କିଶାନ

ବେଙ୍ଗଲୁରୁ: ଭାରତୀୟ ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନଙ୍କୁ ନେଇ ମେଗା ଅକ୍ସନରେ ଦେଖିବାକୁ ମିଳିଛି ଜୋରଦାର ଟକ୍କର । ଯୁବ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟରଙ୍କୁ ଦାମରେ ଅତିକ୍ରମ କରି ଖୁବ ଆଗରେ ରହିଛନ୍ତି ଇଶାନ । ଅୟର ୧୨.୨୫ କୋଟିରେ କୋଲକାତାରେ ଯୋଗ ଦେଇଥିବା ବେଳେ ଇଶାନ କିଶାନଙ୍କୁ ମିଳିଛି ୧୫.୨୫ କୋଟି । ଇଶାନଙ୍କ ପାଇଁ ୩ ଦଳ ମଧ୍ୟରେ ଜୋରଦାର ଟକ୍କର ଚାଲିଥିବା ବେଳେ ତାଙ୍କୁ ଦଳରେ ସାମିଲ କରିଛି ପୂର୍ବତନ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସ । ଏଥିସହ ୨୦୨୨ ସିଜନ ପାଇଁ ପ୍ରଥମ ଖେଳାଳିଙ୍କୁ କିଣିଛି ମୁମ୍ବାଇ ପଲଟନ ।

Ishan Kishan Girlfriend, Age, Height, IPL, State, Tattoo, Stats, Wiki, Bio

ଇଶାନଙ୍କୁ କିଣିବା ପାଇଁ ପ୍ରଥମରୁ ନଜର ରଖିତିଲା ମୁମ୍ବାଇ । ତେବେ ଏମଆଇ ସହିତ ପ୍ରଥମେ ଏହି ଯୁଦ୍ଧରେ ଲଢେି ଆରମ୍ଭ କରିଥିଲା ପଞ୍ଜାବ କିଙ୍ଗସ । କିନ୍ତୁ ୭ କୋଟି ପରେ ସେ ଓହରି ଯାଇଥିଲା । ଏହାପରେ ଗୁଜୁରାଟ ଟାଇଟନ୍ସ ମୁମ୍ବାଇ ମଧ୍ୟରେ ଇଶାନଙ୍କ ପାଇଁ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । ଫଳରେ ଇଶାନଙ୍କ ଦାମ ବଢି ବଢି ୧୫.୨୫ରେ ପହଞ୍ଚିଛି । ଏବଂ ଶେଷରେ ପୁରୁଣା ଟିମକୁ ପୁଣି ଥରେ କମବ୍ୟାକ କରିଛନ୍ତି ଇଶାନ କିଶାନ । ଏଥିସହିତ ଏବେ ପର୍ଯ୍ୟନ୍ତ ସବୁଠୁ ଦାମୀ ଖେଳାଳି ପାଲଟିଛନ୍ତି ଇଶାନ ।

Get real time updates directly on you device, subscribe now.