fbpx

ଗଞ୍ଜେଇ ଚୋରାଚାଲାଣ ବିରୋଧରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ନଷ୍ଟ କଲା ୫୦୦ କୋଟିର ଗଞ୍ଜେଇ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ପୋଲିସ ଦ୍ୱାରା ନଷ୍ଟ କରାଯାଇଛି ୫୦୦ କୋଟିର ଗଞ୍ଜେଇ । ଏହି ଗଞ୍ଜେଇ ନଷ୍ଟ ଅପରେସନକୁ ସବୁଠୁ ବଡ଼ ଅପରେସନ ବୋଲି କୁହାଯାଉଛି ଏବଂ ଏହାକୁ ସବୁଠୁ ବଡ଼ ଗଞ୍ଜେଇ ନଷ୍ଟ ବୋଲି ମଧ୍ୟ କୁହାଯାଉଛି । ଆନ୍ଧ୍ରପ୍ରଦେଶ ପୋଲିସ ଶନିବାର ଦେଇଥିବା ସୂଚନା ଅନୁଯାୟୀ ଗତ ମାସରେ ରାଜ୍ୟରେ ପୋଲିସ ଦ୍ୱାରା ରେଡରେ ଧରାଯାଇଥିବା ୫୦୦ କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କରାଯାଇଛି । ପ୍ରାୟ ୨ ଲକ୍ଷ କିଲୋଗ୍ରାମର ଗଞ୍ଜେଇ ନଷ୍ଟ କରାଯାଇଛି । ସୂଚନା ଅନୁଯାୟୀ, ବିଶାଖାପାଟଣା ଅନକପଲ୍ଲୀର କୋଡୁଋ ଗ୍ରାମରେ ଏହି ଗଞ୍ଜେଇ ନଷ୍ଟ କରାଯାଇଛି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଆନ୍ଧ୍ର ପୋଲିସ ଗତ ବର୍ଷ ୧ ନଭେମ୍ବରରୁ ଚଳିତ ବର୍ଷ ୮ ଫେବୃଆରୀ ମଧ୍ୟରେ ‘ଅପରେସନ ପରିବର୍ତ୍ତନ’ ରେ ବିଭିନ୍ନ ସ୍ଥାନରେ ରେଡ୍ କରି ଗଞ୍ଜେଇ ଜବତ କରିଥିଲେ । ଅପରେସନ ପରିବର୍ତ୍ତନରେ ଆନ୍ଧ୍ରପ୍ରଦେଶ ପୋଲିସ ବିଶାଖାପାଟଣାରେ ୩୧୩ ଟି ଗ୍ରାମରୁ ୭,୫୫୨ ଏକର ଭୂମିରେ ୯,୨୫୧ କୋଟି ଟଙ୍କା ଗଞ୍ଜେଇ ମଧ୍ୟ ନଷ୍ଟ କରିଛନ୍ତି ।

ରାଜ୍ୟରେ ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ ଆନ୍ଧ୍ର ପୋଲିସ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ପାଇଁ ଆନ୍ଧ୍ର ପୋଲିସ ଅନ୍ୟ ରାଜ୍ୟର ପୋଲିସ ମାନଙ୍କ ସହ ସମନ୍ନ୍ୟରେ ରହିଛି । ୨୦୨୧ ରେ ଆନ୍ଧ୍ର ପୋଲିସ ୧୬ ରାଜ୍ୟର ୪,୬୦୬ ଲୋକଙ୍କୁ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଗିରଫ କରାଯାଇଛି ।

Get real time updates directly on you device, subscribe now.