fbpx
BSKY
BJD MC SKY
BJD YOUTH SKY

ସେହ୍ୱାଗଙ୍କ ଭବିଷ୍ୟବାଣୀ ସତହେଲା : IPLରୁ ଟଙ୍କା ଛାଣିଲେ ଏହି ସବୁ ଖେଳାଳି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପ୍ନର ବୀରେନ୍ଦ୍ର ସେହ୍ୱାଗଙ୍କ ଭବିଷ୍ୟବାଣୀ ସତ ହୋଇଛି । ୫ ଭାରତୀୟ ଖେଳାଳିଙ୍କ ଉପରେ ଧନବୃଷ୍ଟି ହେବ ବୋଲି ସେହ୍ୱାଗ ଭବିଷ୍ୟବାଣୀ କରିଥିଲେ । ସେହ୍ୱାଗ ନିଜ ତାଲିକାରେ ଶ୍ରେୟସ ଆୟର, ଶିଖର ଧୱନ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର ଏବଂ ଇଶାନ କିଶନ । ଏହା ସହିତ କିଶନ ସବୁଠାରୁ ଅଧିକ ମୂଲ୍ୟରେ ବିକ୍ରି ହେବେ ବୋଲି ସେହ୍ୱାଗ ଆକଳନ କରିଥିଲେ ।

ସେହ୍ୱାଗଙ୍କ ଏହି ତାଲିକାରୁ ୩ ଜଣ ଖେଳାଳି ବର୍ତ୍ତମାନ ସୁଦ୍ଧା ବିକ୍ରି ହୋଇଥିବା ବେଳେ ସମସ୍ତଙ୍କ ମୂଲ୍ୟ ବେଶ ଅଧିକ ରହିଛି । ଦୀପକ ଚହର ଏବଂ ଶାର୍ଦ୍ଦୁଲ ଠାକୁରଙ୍କ ନିଲାମୀ ଆରମ୍ଭ ହୋଇନଥିବା ବେଳେ ସର୍ବାଧିକ ୧୫.୨୫ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି କିଶନ୍ । ଏହା ବ୍ୟତିତ ଶେୟସ ଆୟର ୧୨.୨୫ କୋଟି ଟଙ୍କାରେ କୋଲକାତାରେ ସାମିଲ ହୋଇଛନ୍ତି । ପଞ୍ଜାବ କିଙ୍ଗସ ପକ୍ଷରୁ ଓପ୍ନର ଶିଖର ଧୱନଙ୍କୁ ୮.୨୫ କୋଟି ଟଙ୍କାରେ କିଣାଯାଇଛି ।

Get real time updates directly on you device, subscribe now.