fbpx

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର: ୧୪ ଫେବ୍ରୁଆରୀରୁ ପୁଣି ଆରମ୍ଭ ହେବାକୁ ଯାଉଛି ଏହି ସର୍ଭିସ୍

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । କରୋନା ଯୋଗୁଁ ଟ୍ରେନରେ ରନ୍ଧା ଖାଦ୍ୟ ଉପରେ ଲାଗିଥିବା କଟକଣାକୁ ପୁଣି କୋହଳ କରାଯାଇଛି । ଆଗାମୀ ୧୪ ଫେବ୍ରୁଆରୀରୁ ଆଇଆରସିଟିସି ଦ୍ୱାରା ସମସ୍ତ ଟ୍ରେନରେ ରନ୍ଧ୍ୟାଖାଦ୍ୟ ସୁବିଧା ପୁଣିଥରେ ମିଳିବ । ବର୍ତ୍ତମାନ ପର୍ଯ୍ୟନ୍ତ ୮୦% ଟ୍ରେନରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିଲା । କିନ୍ତୁ ଫେବ୍ରୁଆରୀ ୧୪ ସୁଦ୍ଧା ୧୦୦% ଟ୍ରେନରେ ରନ୍ଧ୍ୟା ଖାଦ୍ୟ ମିଳିବ ।

ତେବେ କରୋନା କାଳରେ ଲକଡାଉନ୍ ଯୋଗୁଁ ଟ୍ରେନରେ ଦିଆଯାଉଥିବା ରନ୍ଧ୍ୟାଖାଦ୍ୟକୁ ବନ୍ଦ କରିଦିଆଯାଇଥିଲା । କିନ୍ତୁ କରୋନା ମାମଲା ହ୍ରାସ ପାଉଥିବାର ଦେଖି ପୁଣି ଥରେ କଟକଣା କୋହଳ କରାଯାଉଛି ।

ରେଳବାଇ ବୋର୍ଡରୁ ମିଳିଥିବା ଗାଇଡଲାଇନ୍ ଅନୁସାରେ, ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତା ସହିତ ରନ୍ଧା ଖାଦ୍ୟ ଯୋଗାଇବା ସର୍ଭିସ ପୁଣି ଆରମ୍ଭ କରାଯାଇଛି । ପ୍ରାୟ ୪୨୮ ଟ୍ରେନରେ ରନ୍ଧା ଖାଦ୍ୟ ଆକାରରେ ଏହିପରି ସେବାଗୁଡିକର ପୁନରୁଦ୍ଧାର କରାଯାଇଛି । କରୋନା ହ୍ରାସ ପାଉଥିବାରୁ ଡିସେମ୍ବର ୨୧ ରୁ ପ୍ରାୟ ୩୦% ଓ ଜାନୁଆରୀ ୨୨ ସୁଦ୍ଧା ୮୦% ଟ୍ରେନରେ ରନ୍ଧା ଖାଦ୍ୟର ସେବା ଆରମ୍ଭ ହୋଇଥିଲା । ବର୍ତ୍ତମାନ ସମସ୍ତ ଟ୍ରେନରେ ରନ୍ଧା ଖାଦ୍ୟ ଯୋଗାଇବାର ସୁବିଧା ୧୪ ଫେବୃଆରୀ ୨୦୨୨ ସୁଦ୍ଧା ଆରମ୍ଭ ହୋଇଯିବ ।

Get real time updates directly on you device, subscribe now.