fbpx

ଉଦ୍ୟୋଗପତି ରାହୁଲ ବଜାଜଙ୍କ ପରଲୋକ

ନୂଆଦିଲ୍ଲୀ: ବଜାଜ କମ୍ପାନୀର ପୂର୍ବତନ ଚେୟାରମ୍ୟାନ ବା ଉଦ୍ୟୋଗପତି ରାହୁଲ ବଜାଜଙ୍କ ପରଲୋକ । ୮୩ ବର୍ଷ ବୟସରେ ରାହୁଲ ବଜାଜଙ୍କ ଦେହାନ୍ତ ପୁଣେଠାରେ ହୋଇଛି । ବଜାଜ ଗ୍ରୁପର ଅଂଶୀଦାର ଥିଲେ ରାହୁଲ । ରାହୁଲ ବଜାଜଙ୍କୁ ମିଳିଥିଲା ପଦ୍ମଭୂଷଣ ସମ୍ମାନ ।

ବାଜଜ ଗ୍ରୁଫ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଶନିବାର ଦିନ ୨.୩୦ ମିନିଟରେ ପରିବାର ବର୍ଗଙ୍କ ଉପସ୍ଥିତିରେ ତାଙ୍କର ଦେହାନ୍ତ ହୋଇଛି । ସେ ବହୁତ ଦିନ ହେଲା ଅସୁସ୍ଥ ହୋଇପଡିଥିଲେ । ରାହୁଲ ବଜାଜା ଜଣେ ସଫଳ ବ୍ୟବସାୟୀ ଭାବେ ପ୍ରସିଦ୍ଧ । ୧୯୬୫ରେ ସେ ବଜାଜ କମ୍ପାନୀ ଦାୟିତ୍ୱ ସମ୍ଭାଳିବା ପରେ କମ୍ପାନୀ ସଫଳତାରେ ଶୀର୍ଷରେ ପହଁଞ୍ଚିଥିଲା । ଦେଶରେ ସ୍କୁଟର ବିକ୍ରି କମ୍ପାନୀ ଗୁଡିକ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଥିଲା ବଜାଜ । ରାହୁଲ ବଜାଜଙ୍କର ଜନ୍ମ ୧୯୩୮ ମସିହାର କୋଲକାତାର ମାରୱାଡ଼ି ବ୍ୟବସାୟୀ କମଲନୟନ ବଜାଜ ଓ ସାବିତ୍ରୀ ବଜାଜଙ୍କ ପରିବାରେ ହୋଇଥିଲା । ଦୀର୍ଘ ୫୦ ବର୍ଷ ଧରି ସେ ବଜାଜର ଚେୟାରମ୍ୟାନ ରହିବା ପରେ ୨୦୦୫ରେ ରାହୁଲ ବଜାଜଙ୍କ ପୁଅ ରାଜୀବଙ୍କୁ କମ୍ପାନୀର ଦାୟିତ୍ୱ ହସ୍ତାନ୍ତର କରିଥିଲେ ।

Get real time updates directly on you device, subscribe now.