fbpx

୨୦ ମିନିଟରେ ସାଇକେଲ ହେବ ମୋଟର ସାଇକେଲ: ଦେଶୀ ଉଦଭାବନକୁ ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା

ଆପଣ ପ୍ୟାଡେଲ ମାରି ସାଇକେଲ ତ’ ନିଶ୍ଚୟ ଚଲାଇଥିବେ । ଆପଣଙ୍କୁ ମଧ୍ୟ ଅନେକ ସମୟରେ ଏହା ଅନୁଭବ ହୋଇଥିବ ଯଦି ଏଥିରେ କିଛି ଏଭଳି ବ୍ୟବସ୍ଥା ହୋଇପାରିବ ଯାହାଦ୍ୱାରା ଏହା ନିଜେ ନିଜେ ଚାଲିପାରିବ । ତେବେ ଏହି ଆଶା ପୂରଣ କରିଛନ୍ତି ଗୁରସøରଭ ସିଂହ । ସେ ଏଭଳି ଏକ ଦେଶୀ ଡିଭାଇସ ତିଆରି କରିଛନ୍ତି ଯାହାକୁ ସାଇକେଲରେ ଲଗାଇବା ମାତ୍ରେ ଆପଣଙ୍କ ସାଇକେଲ ମୋଟର ସାଇକେଲ ଭଳି ଦୌଡ଼ିବ । ଗୁରସୌରଭଙ୍କ ଏହି ଉଦଭାବନକୁ ପ୍ରଶଂସା କରିଛନ୍ତି ଆନନ୍ଦ ମହିନ୍ଦ୍ରା ଏହା ସହ ସେ ଏଥିରେ ନିବେଶ କରିବା ପାଇଁ ମଧ୍ୟ ଅଫର ଦେଇଛନ୍ତି ।

ଗୁରସୌରଭ ସିଂହ ଧ୍ରୁବ ବିଦ୍ୟୁତ ନାମରେ କମ୍ପାନୀ ଚଳାଉଛନ୍ତି । ଟ୍ୱିଟର ପ୍ରୋଫାଇଲ ମୁତାବକ ଇଲେକ୍ଟ୍ରିକ୍ ଉତ୍ପାଦ ଉପରେ ରିସର୍ଚ୍ଚ ଏବଂ ଡେଭଲପମେଣ୍ଟ କରୁଛନ୍ତି, ଏବଂ  ସେ ଏକ ଏଭଳି ଛୋଟ ମେସିନ୍ ତିଆରି କରିଛନ୍ତି ଯାହା ଦେଶୀ ସାଇକେଲକୁ ଇଲେକ୍ଟ୍ରିକ ସାଇକେଲରେ ବଦଳାଇପାରିବ । ଆଉ ଏଥିପାଇଁ ସାଇକେଲକୁ କାଟିବାକୁ ପଡ଼ିବନି କିମ୍ବା ୱେଲ୍ଡିଂର ମଧ୍ୟ ଆବଶ୍ୟକ ନାହିଁ । ଏହାକୁ କେବଳ ପ୍ୟାଡେଲ ଉପରେ ନଟ୍ ବୋଲ୍ଡ ଦ୍ୱାରା ଲଗାଇବାକୁ ହେବ ।

ଆନନ୍ଦ ମହିନ୍ଦ୍ରା ଏହି ଭିଡିଓକୁ ଶେୟାର କରିଛନ୍ତି, ଏହି ଭିଡିଓରେ ସାଇକେଲର ଅନେକ ଫିଚର୍ସ ମଧ୍ୟ ଦେଖାଯାଇଛି । ସାଇକେଲ ୨୫ କିମି ପ୍ରତିଘଣ୍ଟା ବେଗରେ ଦୌଡ଼ିପାରିବ । ୧୭୦ କିଲୋ ଓଜନ ଉଠାଇପାରିବ । ଏବଂ ଥରେ ଚାର୍ଜ ହେଲେ ଏହା ୪୦ କିମି ପର୍ଯ୍ୟନ୍ତ ଯାଇପାରିବ । ଅଣଓସାରିଆ ରାସ୍ତାରେ ମଧ୍ୟ ଚାଲିପାରିବ । ସୁବଠାରୁ ବଡ଼ କଥା ଏହା ୱାଟର ପ୍ରୁଫ୍ ଏବଂ ଫାୟାର ପ୍ରୁଫ୍ ଅଟେ ।

ଡିଭାଇସକୁ ମାତ୍ର ୨୦ ମିନିଟ୍ ମଧ୍ୟରେ ଲଗାଯାଇପାରିବ । ଏହି ଡିଭାଇସ ଆଲୁମିନିୟମରେ ତିଆରି ହୋଇଛି, ଏଥିରେ କଳଙ୍କି ଲାଗିବାର ମଧ୍ୟ ନାହିଁ । ଏଥିରେ ଗୋଟିଏ ପଟେ ବ୍ୟାଟେରୀ ଚାର୍ଜ କରିବା ଅପ୍ସନ ରହିଛି ତ’ ଅନ୍ୟପଟେ ଫୋନକୁ ଚାର୍ଜ କରିବା ଅପ୍ସନ ରହିଛି । ଏହା ସହ ଧ୍ରୁବ ବିଦ୍ୟୁତ ଏହା ଦାବି କରିଛି ଯେ ୨୦ ମିନିଟ୍ ପ୍ୟାଡେଲ କରିବା ଦ୍ୱାରା ବ୍ୟାଟେରୀ ୫୦ ପ୍ରତିଶତ ଚାର୍ଜ ହୋଇପାରିବ ।

ସେପଟେ ଗୁରସୌରଭଙ୍କ ଉଦଭାବନରେ ପ୍ରଭାବିତ ହୋଇ ଆନନ୍ଦ ମହିନ୍ଦ୍ରା ଶନିବାର ଟ୍ୱିଟ କରି ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଦୁନିଆରେ ସାଇକେଲକୁ ମୋଟର ସାଇକେଲ କରିବା ପାଇଁ ଅନେକ ଡିଭାଇସ ରହିଛି କିନ୍ତୁ ୟାଙ୍କର ଏହି ଡିଭାଇସ କାଦୁଅରେ ଚାଲିବା ଏବଂ ସ୍ମାର୍ଟଫୋନକୁ ଚାର୍ଜ କରିବା ଭଳି ବିଶେଷତ୍ୱ ଏହାକୁ ଖାସ କରୁଛି । ସେ ଆହୁରି କହିଛନ୍ତି ଏଥିରେ ନିବେଶ କରି ତାଙ୍କୁ ଗର୍ବ ଅନୁଭବ ହେବ ।

Get real time updates directly on you device, subscribe now.