fbpx
BSKY
BJD SHG SKY
BJD YOUTH SKY

ଛାଡପତ୍ରର ୨୪ ଘଣ୍ଟା ନପୁରୁଣୁ ବାହାହେଲେ ୪୯ ବର୍ଷୀୟ ସାଂସଦ: ନିଜଠାରୁ ୩୧ ବର୍ଷ ସାନ ଝିଅକୁ କଲେ ବିବାହ

ନୂଆଦିଲ୍ଳୀ: ପାକିସ୍ତାନର ଲୋକପ୍ରିୟ ଟେଲିଭିଜନ ଉପସ୍ଥାପକ ତଥା ସାଂସଦ ଆମିର୍ ଲିୟାକତ ତୃତୀୟ ବିବାହ କରିଛନ୍ତି । ସେ ନିଜ ବୟସରୁ ୩୧ବର୍ଷ ସାନ ଜଣେ ଛାତ୍ରୀଙ୍କୁ ଗୁରୁବାର ରାତିରେ ବିବାହ କରିଥିବା ଜଣାପଡ଼ିଛି  । ସେ ଦ୍ୱିତୀୟ ପତ୍ନୀଙ୍କୁ ଏଥିପାଇଁ ଛାଡ଼ପତ୍ର ଦେଇଛନ୍ତି । ଛାଡ଼ପତ୍ର ଦେବାର ୨୪ଘଣ୍ଟା ନ ପୂରୁଣୁ ତୃତୀୟ ବିବାହ କରିଛନ୍ତି  । ଲିୟାକତଙ୍କୁ ଏବେ ୪୯ ବର୍ଷ ହୋଇଥିବାବେଳେ ପତ୍ନୀ ସୈଦା ଦାନିଆ ଶାହଙ୍କୁ ମାତ୍ର ୧୮ବର୍ଷ ।

ସେ ଜଣେ ବିଦ୍ୟାଳୟ ଛାତ୍ରୀ ବୋଲି ଜଣାପଡ଼ିଛି  । ଇମ୍ରାନ ଖାଁଙ୍କ ଦଳ ପାକିସ୍ତାନ ତେହରିକ୍-ଏ-ଇନ୍ସଫ୍ (ପିଟିଆଇର)ର ସଂସଦ ଲିୟାକତଙ୍କୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଇମ୍ରାନ ମଧ୍ୟ ତିନି ଥର ବିବାହ କରିଛନ୍ତି ।

Get real time updates directly on you device, subscribe now.