fbpx
BSKY
BJD SHG SKY
BJD YOUTH SKY

କେମିତି ଖେଳିବେ IPL: ବିକ୍ରି ହୋଇ ନଥିବା ଖେଳାଳିଙ୍କ ପାଇଁ କଣ ଅଛି ନୂଆ ନିୟମ, ରାଇନାଙ୍କ ସହ ସାମିଲ ଅଛି ବଡ ଖେଳାଳିଙ୍କ ନାଁ

ବେଙ୍ଗଲୁରୁ: ଇଣ୍ଡିଆନ ପ୍ରମିୟର ଲିଗର ୨୦୨୨ ସିଜନ ପାଇଁ ଚାଲୁ ରହିଛି ମେଗା ଅକ୍ସନ । ବିଭିନ୍ନ ଖେଳାଳିଙ୍କ ପାଇଁ ନିଲାମ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଅନେକ ଖେଳାଳି ବିକ୍ରି ହୋଇ ପାରି ନାହାନ୍ତି । ଏହି ତାଲିକାରେ ମିଷ୍ଟର ଓଚଖ ଭାବରେ ପରିଚିତ ସୁରେଶ ରାଇନାଙ୍କ ସମେତ ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ଶାକିବ ଅଲ ହସନ, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ଏବଂ କିଲର ଡାଭିଡ ମିଲର ସାମିିଲ ରହିଛନ୍ତି । ତେବେ ଏମାନଙ୍କୁ ନେଇ ଏବେ ପ୍ରଶଂସକଙ୍କ ମନରେ ଉଠିଛି ଏକ ବଡ ପ୍ରଶ୍ନ । ଓଚଖ ରେ କଣ ହେବ ଏହି ଖେଳାଳିମାନଙ୍କ ଭବିଷ୍ୟତ ?

ମେଗା ଅକ୍ସନରେ ଏହି ଖେଳାଳିମାନେ ବିକ୍ରି ହୋଇ ପାରିନାହାନ୍ତି ସତ । କିନ୍ତୁ ଏମାନଭ୍କର କ୍ୟାରିୟର ଏବେ ବି ଶେଷ ହୋଇନି । ନିୟମ ଅନୁସାରେ ଏବେ ବି ଏମାନଙ୍କୁ କିଣାଯାଇ ଦଳରେ ସାମିଲ କରାଯାଇପାରେ । ଅକ୍ସନର ଦ୍ୱିତୀୟ ଦିନ ଅର୍ଥାତ ୧୩ ତାରିଖ ରବିବାର ଦିନ ପୁଣି ତରେ ଏହି ଖେଳାଳିମାନଙ୍କ ନାଁ ନିଲାମରେ ଆସିବ । ଏହାକୁ ଏକ୍ସଲେଟେଡ ଅକ୍ସନ କୁହାଯାଏ । ଏହା ବ୍ୟତୀତ ଯେଉଁ ଫ୍ରାଞ୍ଚାଇଜିର ଖେଳାଳି ଅଭାବ ରହିଥାଏ ସେହି ଦଳ ମଧ୍ୟ ଅନସୋଲ୍ଡ ଖେଳାଳିମାନଙ୍କ ମଧ୍ୟରୁ ସେମାନଙ୍କ ବେସ ପ୍ରାଇସ ଅନୁସାରେ ନିଜ ଦଳରେ ସାମିଲ କରିପାରିବେ । ଆହତ ଖେଳାଳିମାନଙ୍କ ସ୍ଥାନରେ ମଧ୍ୟ ବିକ୍ରି ହୋଇ ନଥିବା ଖେଳାଳିମାନଙ୍କୁ ଦଳରେ ସାମିଳ କରିବାର ନିୟମ ରହିଛି ।

Get real time updates directly on you device, subscribe now.