fbpx

୪୦୨ ଏକରରେ ବ୍ୟାପିଛି ଦୁନିଆର ସବୁଠାରୁ ବଡ ହିନ୍ଦୁ ମନ୍ଦିର, ଜାଣନ୍ତୁ ଏହି ମନ୍ଦିର ବିଷୟରେ

Advertisement

ଓଡିଶା ଭାସ୍କର : କମ୍ବୋଡିଆରେ ଅବସ୍ଥିତ ଥିବା ଅଙ୍ଗକୋର ୱାଟ ମନ୍ଦିର ଦୁନିଆର ସବୁଠାରୁ ବଡ ହିନ୍ଦୁ ମନ୍ଦିର । ଏହା ପୂର୍ବରୁ ୟଶୋଧରପୁର ନାମରେ ଜଣାଶୁଣା ଥିଲା । ଏହାର ନିର୍ମାଣ ୧୨ତମ ଖ୍ରୀଷ୍ଟାବ୍ଧରେ ହୋଇଥିଲା । ଏହାର ନିର୍ମାଣ ସୂର୍ଯ୍ୟଭର୍ଣ୍ଣମ ଦ୍ୱିତୀୟଙ୍କ ଶାସନକାଳରେ ନିର୍ମାଣ କରାଯାଇଥିଲା । କିନ୍ତୁ ଏହା ସେତେବେଳ ଅଧୁରା ରହିଯାଇଥିଲା । ଏହା ପରେ ତାଙ୍କ ଭଣଜା ଧରଣୀଚନ୍ଦ୍ରବର୍ଣ୍ଣମ ଏହାକୁ ନିର୍ମାଣ କରିଥିଲେ । ଏହି ମନ୍ଦିର ତାହାର ଭବ୍ୟତା ଏବଂ ସୁନ୍ଦରତା ପାଇଁ ଲୋକମାନେ ଏହି ମନ୍ଦିରକୁ ଜାଣନ୍ତି । ଏହି ମନ୍ଦିର ୧୬୨.୬ ହେକ୍ଟର ଜମିରେ ବ୍ୟାପିଛି । ଅର୍ଥାତ ୪୦୨ ଏକର ବିଶାଳ କ୍ଷେତ୍ରରେ ଏହା ବ୍ୟାପିଛି ।

ଏଠାରେ ଭଗବାନ ବିଷ୍ଣୁ ପୂଜା ପାଆନ୍ତି । ଏଠାକୁ ପ୍ରତି ଦିନ ଲକ୍ଷ ଲକ୍ଷ ଲୋକ ପୂଜା ପାଠ କରିବାକୁ ଆସିଥାନ୍ତି । ମନ୍ଦିରରେ ମୋଟ ୯ଟି ଶିଖର ରହିଛି । ଏହାର ମୂଳ ଶିଖର ୬୪ ମିଟର ଉଚ୍ଚା, ଅନ୍ୟା ୮ ଟି ଶିଖର ୫୪ ମିଟର ଉଚ୍ଚତା ବିଶିଷ୍ଟ । ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ଏହି ମନ୍ଦିର କାନ୍ଥରେ ଅନେକ ପୂରାତନ ଚିତ୍ର ଦେଖିବାକୁ ମିଳିଥାଏ । ସମୁଦ୍ର ମନ୍ଥନ ବେଳେ ଅଶୁର ଏବଂ ଦେବତା ମଧ୍ୟ ଏଠାକୁ ଯାଇଥିଲେ । କମ୍ବୋଡିଆର ମିକାଙ୍ଗ ନଦୀର କୂଳରେ ଏହା ଅବସ୍ଥିତ । ଏହି ମନ୍ଦିର ଉପରେ ଲୋକଙ୍କର ଶ୍ରଦ୍ଧା ଅଧିକ ।

Get real time updates directly on you device, subscribe now.