fbpx

ବାତ୍ୟାକୁ ନେଇ କଣ କହିଲେ ଏସଆରସି?

ଭୁବନେଶ୍ୱର,୧୭ ।୫(ଓଡିଶା ଭାସ୍କର): ବାତ୍ୟା ‘ଅମ୍ଫାନ’କୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ବା ଏସଆରସି ପ୍ରଦୀପ ଜେନା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପାରାଦୀପଠାରୁ ୯୬୦ କିମି ଦୂରରେ ରହିଛି ଅମ୍ଫାନ । ଏବେ ବାତ୍ୟା ଉତ୍ତର ଦିଗରେ ଗତି କରୁଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ତାହା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଆଗାମୀ ୧୨ ଘଣ୍ଟାରେ ବାତ୍ୟା ରିକର୍ଭ କରିବ । ପଶ୍ଚିମବଙ୍ଗ ଦୀଘାଠାରୁ ବାଂଲାଦେଶ ହାତିଆ ମଧ୍ୟରେ ସ୍ଥଳଭାଗ ଛୁଇଁବ । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଥିବ । ୧୮ ତାରିଖ ସନ୍ଧ୍ୟା ପରଠୁ ଉପକୂଳ ଜିଲ୍ଲାରେ ମଧ୍ୟମ ବର୍ଷା ହେବ । ୧୯ରେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ପବନର ବେଗ ୭୫ରୁ ୮୦ କିମି ରହିବ । ୨୦ରେ ଉତ୍ତର ଓଡିଶାର ଉପକୂଳରେ ପବନର ବେଗ ୧୦୦ରୁ ଅଧିକ ରହିବ । ଓଡ୍ରାଫର ୧୫, ଏନଡିଆରଏଫର ୧୦ ୟୁନିଟ୍ ମୁତୟନ ରହିଛି ।

Get real time updates directly on you device, subscribe now.