fbpx

୨ ବର୍ଷରୁ ହେଉଥିଲା ସ୍ୱପ୍ନାଦେଶ: ମାଟି ଖୋଳିବାରୁ ବାହାରିଲେ ଶ୍ରୀଜଗନ୍ନାଥ

AAKASH

ବାଲେଶ୍ୱର: ମାଟି ତଳୁ ଉଭା ହୋଇ ଉଠିଲେ ସ୍ୱୟଂ ପ୍ରଭୁ ଜଗନ୍ନାଥ । ମହାପ୍ରଭୁଙ୍କୁ ଦେଖିବା ପାଇଁ ଲାଗିଛି ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ । ହଠାତ ସାରା ଅଞ୍ଚଳରେ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି । ବାଲେଶ୍ୱର ବାହାନଗା ବ୍ଲକର ଅଗସ୍ତିସାହିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାକୁ ଅଲୌକିକ କୁହାଯାଉଥିବା ବେଳେ କିଛି ଲୋକ ଏହାକୁ ପ୍ରଭୁଙ୍କ ଲୀଳା ବୋଲି କହିଛନ୍ତି ।

ଘଣ୍ଟ, ଘଣ୍ଟା ଆଉ ଝାଞ୍ଜ, ମୃଦଙ୍ଗରେ ପରିବେଶ କମ୍ପି ଉଠୁଛି । କାରଣ ମାଟି ତଳୁ ସ୍ୱୟଂ ଦାରୂ ମୁରାରୀ ଆବିର୍ଭାବ ହୋଇଛନ୍ତି । ଗତ ୨ ବର୍ଷରୁ କମଳାକାନ୍ତ ଅଗସ୍ତିଙ୍କ ପୁଅକ ଦିଲ୍ଲୀପଙ୍କୁ ଏ ନେଇ ସ୍ୱପ୍ନାଦେଶ ହେଉଥିବା ସେ ପ୍ରକାଶ କରିଛନ୍ତି । ତେବେ ଏହାପରେ ଜଣେ ପୂଜକଙ୍କୁ ସେ ସମସ୍ତ ଘଟଣା ଜଣାଇଥିଲେ । ପୂଜକଙ୍କ ପରାମର୍ଶରେ ଦିଲ୍ଲୀପ ଘର ପଛ ପଟରେ ଥିବା ଏକ ବେଲ ଗଛ ନିକଟରେ ମାଟି ଖୋଳିବା ଆରମ୍ଭ କରିଥିଲେ । ଏହି ସମୟରେ ତାଙ୍କ ଶାବଳରେ ବାଜିଥିଲା ଏକ ପଥରର ମୂର୍ତ୍ତି । ପରେ ଏହି ମାଟି ବାହାର କରିବା ସମୟରେ ତାଙ୍କୁ ପଥରର ଜଗନ୍ନାଥ ମୂର୍ତ୍ତି ମିଳିଛି । ଯାହା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମାଟିତଳୁ ମହାପ୍ରଭୁ ଜଗନ୍ନାଥ ବାହାରିବା କଥା ଶୁଣି ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଭକ୍ତିମୟ ପରିବେଶ । ଲୋକମାନେ ଏଠାକୁ ଆସି ଭଜନ କୀର୍ତ୍ତନ କରିବା ସହ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଛନ୍ତି । ତେବେ ଜଗତର ନାଥ ଜଗନ୍ନାଥଙ୍କର ଏହି ମୂର୍ତ୍ତିକୁ ଦେଖିବା ପାଇଁ ଦିଲ୍ଲୀପଙ୍କ ଘର ବାହାରେ ଶହ ଶହ ଲୋକଙ୍କ ଭିଡ ଲାଗିଯାଇଛି ।

Get real time updates directly on you device, subscribe now.