fbpx

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲେ ଭୁବନେଶ୍ୱର: ପ୍ରଥମେ ରାଜସ୍ଥାନ କରିବ ବ୍ୟାଟିଂ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର ଚତୁର୍ଥ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି ରାଜସ୍ତାନ ରୋୟଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ତେବେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି । ତେବେ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ହାଇଦ୍ରାବାଦର ଅଧିନାୟକ ଭୁବନେଶ୍ୱର କୁମାର । ଦଳର ନିୟମିତ ଅଧିନାୟକ ଏଡେନ ମାର୍କରମଙ୍କ ଅନୁପସ୍ତିତିରେ ଭୁବନେଶ୍ୱର କୁମାର ଦଳର ମଙ୍ଗ ସମ୍ଭାଳିଛନ୍ତି ।

ବର୍ତ୍ତମାନ ହାଇଦ୍ରାବାଦ ଦଳରେ ଭୁବନେଶ୍ୱର କୁମାର ସବୁଠୁ ଅଭିଜ୍ଞ ଖେଳାଳି ଭାବେ ଅଛନ୍ତି । ଏହାସହିତ ସେ ଦଳର ଉପଅଧିନାୟକ ପଦରେ ରହିଥିବାରୁ ମାର୍କରମ ଦଳରେ ଯୋଗ ଦେବା ପର୍ଯ୍ୟନ୍ତ ତାଙ୍କ କାନ୍ଧ ଉପରେ ନେତୃତ୍ୱ ଭାର ଦେଇଛି ଟିମ ମ୍ୟାନେଜମେଣ୍ଟ । ଅନ୍ୟ ପକ୍ଷରେ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ରାଜସ୍ଥାନ ରୋୟଲ୍ସ ମଇଦାନକୁ ଓହ୍ଲାଇଛି । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଭୁବନେଶ୍ୱର । ତେଣୁ ପ୍ରଥମେ ସଞ୍ଜୁ ସାମସନ ଏବଂ ଟିମ୍ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଛନ୍ତି ।

ତେବେ ଆଇପିଏଲ ଇତିହାସରେ ଉଭୟ ଦଳ ଥରେ ଲେଖାଏଁ ଚମ୍ପିଆନ ହୋଇସାରିଛନ୍ତି । ଆଇପିଏଲର ଉଦଘାଟନୀ ସିଜନରେ ରାଜସ୍ଥାନ ଟାଇଟଲ ହାତେଇଥିବା ବେଳେ ୨୦୧୬ରେ ଚମ୍ପିଆନ ପାଲଟିଥିଲା ସନରାଇଜର୍ସ ହାଇଦ୍ରାବାଦ । ଆଜିର ଏହି ମ୍ୟାଚରେ ଏକ ବଡ ଫ୍ୟାକ୍ଟର ସାଜିବ ଇମ୍ପାକ୍ଟ ପ୍ଲେୟର ।

ରାଜସ୍ଥାନ ରୋୟଲ୍ସ: ଜଶସ୍ୱୀ ଜଏସ୍ୱାଲ, ଜୋସ ବଟଲର, ସଞ୍ଜୁ ସାମସନ(ଅଧିନାୟକ), ଦେବଦତ୍ତ ପାଡିକ୍କଲ, ରିୟାନ ପରାଗ, ସିମ୍ରନ ହେଟମାୟର, ରବିଚନ୍ଦ୍ରନ ଅଶ୍ୱୀନ, ଜାସନ ହୋଲ୍ଡର, ଟ୍ରେଣ୍ଟ ବୋଲ୍ଟ, କେ.ଏମ ଆସିଫ, ୟୁଜବେନ୍ଦ୍ର ଚହଲ ।

ସନରାଇଜର୍ସର୍ ହାଇଦ୍ରାବାଦ: ମୟଙ୍କ ଅଗ୍ରୱାଲ, ଅଭିଶେକ ଶର୍ମା, ରାହୁଲ ତ୍ରିପାଠୀ, ହାରୀ ବ୍ରୁକ, ୱାଶିଂଟନ ସୁନ୍ଦର, ଗ୍ଲେନ ଫିଲିପ୍ସ, ଉମ୍ରାନ ମଲିକ, ଆଦିଲ ରସିଦ, ଭୁବନେଶ୍ୱର କୁମାର(ଅଧିନାୟକ), ଟି ନଟରାଜନ ଏବଂ ଫଜଲହକ୍ ଫାରୁକୀ ।

Get real time updates directly on you device, subscribe now.