fbpx

ଶ୍ରୀଲଙ୍କା: ଗମ୍ଭିର ଆର୍ଥିକ ସଙ୍କଟ ମଧ୍ୟରେ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜାପକ୍ଷେ 

ଦେଶରେ ଗମ୍ଭିର ଆର୍ଥିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମହିନ୍ଦା ରାଜପକ୍ଷେ । ଶ୍ରୀଲଙ୍କାର ସ୍ଥାନୀୟ ଗଣମାଧ୍ୟମ ଏନେଇ ରିପୋର୍ଟ କରିଛି । ବିରୋଧୀଙ୍କ ଅନ୍ତରିଣ ସରକାର ଗଠନ ଦାବି ଆଗରେ ମହିନ୍ଦା ନତମସ୍ତକ ହୋଇ ଏହି ପଦକ୍ଷପ ନେଇଥିବା କୁହାଯାଉଛି ।
ଏହା ପୁର୍ବରୁ ମହିନ୍ଦା କହିଥିଲେ ଯେ ସେ ଦେଶର ଜନତାଙ୍କ ପାଇଁ କୌଣସି ବି ବଳିଦାନ ଦେବାକୁ ପ୍ରସ୍ତୁତ ବୋଲି କହିଥିଲେ । ତେବେ ତାଙ୍କର ଏହି ପଦକ୍ଷେପକୁ ନେଇ ପୁର୍ବରୁ ଆଭାସ ମିଳିସାରିଥିଲା । ତାଙ୍କ ସାନ ଭାଇ ତଥା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଉପରେ ଦେଶର ଆର୍ଥିକ ସଙ୍କଟ ମଧ୍ୟରେ ଅନ୍ତରିଣ ସରକାର ଗଠନ କରିବାକୁ ଚାପ ବଢ଼ିଯାଇଥିଲା ।
ଏପରିକି ମହିନ୍ଦା ରାଜପକ୍ଷେଙ୍କୁ ନିଜ ପାର୍ଟି ମଧ୍ୟରେ ଇସ୍ତଫା ଦେବା ପାଇଁ ପ୍ରବଳ ଚାପର ସମ୍ମୁଖୀନ ହୋଇ ଆସୁଥିଲେ। ସୂତ୍ରରୁ ପ୍ରକାଶ ଯେ ତାଙ୍କ ସାନଭାଇ ରାଷ୍ଟ୍ରପତି ଗୋଟାବାୟା ରାପାଜାକସେ ତାଙ୍କ ଇଚ୍ଛାକୁ ସିଧାସଳଖ ପ୍ରକାଶ କରିନାହାଁନ୍ତି କିନ୍ତୁ ତାଙ୍କ ଇସ୍ତଫା ଚାହୁଁଛନ୍ତି। ରାଷ୍ଟ୍ରପତି ତାଙ୍କ ଇସ୍ତଫା ଚାହୁଁଛନ୍ତି ଯାହା ଦ୍ୱାରା ସେ ଜାତୀୟ ଏକତାର ସରକାର ଗଠନ କରିପାରିବେ। ବର୍ତ୍ତମାନର ଅର୍ଥନୈତିକ ସଙ୍କଟ ଦୂର ନହେବା ପର୍ଯ୍ୟନ୍ତ ଏହି ମଧ୍ୟବର୍ତ୍ତୀ ବ୍ୟବସ୍ଥା ସ୍ଥିର ରହିବ।

Get real time updates directly on you device, subscribe now.