fbpx
BJD SKY
BJD SKY

World Cupରୁ ବାଦ୍ ପଡ଼ିଲା ଶ୍ରୀଲଙ୍କା ଦଳ: ୩ ୱିକେଟରେ ବାଂଲାଦେଶକୁ ବିଜୟୀ

BJD

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ବାଂଲାଦେଶ । ଏହି ପରାଜୟ ପରେ ଚଳିତ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ଶ୍ରୀଲଙ୍କା । ପୂର୍ବରୁ ବାଂଲାଦେଶ ଏହି ଦୌଡ଼ରୁ ବାଦ୍ ପଡ଼ିଥିବା ବେଳେ ଶ୍ରୀଲଙ୍କାକୁ ମଧ୍ୟ ରେସରୁ ବାଦ୍ ପକାଇ ଦେଇଛି ବାଂଲାଦେଶ । ଅଧିନାୟକ ଶାକିବ ଅଲ ହସନ୍ ଏବଂ ଷ୍ଟାର ବ୍ୟାଟର ନଜମୁଲ ହୁସେନ ଶାଣ୍ଟୋଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମ୍ୟାଚରେ ବିଜୟ ହାସଲ କରିଛି ବାଂଲାଦେଶ । ଶ୍ରୀଲଙ୍କା ଦେଇଥିବା ୨୮୦ ରନର ବିଜୟ ଲକ୍ଷକୁ ମାତ୍ର ୪୧.୧ ଓଭରରେ ହାସଲ କରିଛି ଶାକିବ ସେନା ।

ବାଂଲାଦେଶ ବିପକ୍ଷରେ ଚରିଥ ଅଶଲଙ୍କାଙ୍କ ଶତକ ମଧ୍ୟ ଫେଲ ମାରିଛି । ତେବେ ଏହି ଶତକ ବଳରେ ବାଂଲାଦେଶକୁ ୨୮୦ ରନର ଟାର୍ଗେଟ ଦେଇଥିଲା ଶ୍ରୀଲଙ୍କା । ବିଜୟ ଲକ୍ଷ୍ୟର ପିଛା କରି ମାତ୍ର ତୃତୀୟ ଓଭରରେ ହିଁ ଷ୍ଟାର ଓପନର ତାନଜିଦ ହସନଙ୍କୁ ହରାଇଥିଲା ବାଂଲାଦେଶ । ଏହାପରେ ସପ୍ତମ ଓଭରରେ ମଧ୍ୟ ଲିଟନ୍ ଦାସ ପାଭିଲିୟନ ଫେରିଥିଲେ । ଏହାପରେ ଅଧିନାୟକ ବାଂଲାଦେଶର ଅଧିନାୟକ ଶାକିବ ଅଲ ହସନ୍ ଏବଂ ଷ୍ଟାର ବ୍ୟାଟର ନଜମୁଲ ହୁସେନ୍ ସାଣ୍ଟୋଙ୍କ ମଧ୍ୟରେ ଏକ ବଡ଼ ପାର୍ଟନରସିପ ହୋଇଛି । ଉଭୟ ଖେଳାଳିଙ୍କ ମଧ୍ୟରେ ୧୬୯ ରନର ପାର୍ଟନରସିପ ବାଂଲାଦେଶକୁ ବିଜୟ ଦିଗରେ ଆଗେଇ ନେଇଥିଲା । ଏହି ମ୍ୟାଚରେ ଶାକିବ ମାତ୍ର ୬୫ ବଲରେ ୮୨ ରନ୍ ସଂଗ୍ରହ କରିଥିବା ବେଳେ ୧୦୧ ବଲରୁ ୯୦ ରନର ଇନିଂସ ଖେଳିଛନ୍ତି ସାଣ୍ଟୋ । ଉଭୟଙ୍କ ଦମଦାର ଇନିଂସ ବଳରେ ବାଂଲାଦେଶ ଶ୍ରୀଲଙ୍କାକୁ ମାତ୍ ଦେଇ ସେମି ଫାଇନାଲ ଆଶା ଭାଙ୍ଗି ଦେଇଛି ।

ତେବେ ଶାକିବ ଏବଂ ସାଣ୍ଟୋଙ୍କ ବ୍ୟତୀତ ଲିଟନ୍ ଦାସ ୨୩, ମହମୁଦଲ୍ଲାହ ୨୨ ରନ୍ ସଂଗ୍ରହ କରିବାରେ ସମର୍ଥ ହୋଇଛନ୍ତି । ଦମଦାର ବ୍ୟାଟିଂର ପ୍ରଦର୍ଶନ ବଳରେ ମାତ୍ର ୪୧.୧ ଓଭରରେ ଏହି ଟାର୍ଗେଟ ହାସଲ କରିନେଇଛି ବାଂଲାଦେଶ । ଶ୍ରୀଲଙ୍କା ପକ୍ଷରୁ ଷ୍ଟାର ବୋଲର ଦିଲସାନ ମଧୁଶଙ୍କା ୩ଟି ୱିକେଟ ହାସଲ କରିଥିବା ବେଳେ ମହୀଶ ତୀକ୍ଷଣା ଏବଂ ଷ୍ଟାର ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁଜ ୨ଟି ଲେଖାଏଁ ସଫଳତା ହାସଲ କରିଛନ୍ତି ।

Get real time updates directly on you device, subscribe now.