fbpx
BJD
BJD SKY
BJD SKY

Asia Cup 2023: ଶ୍ରୀଲଙ୍କା ୫ ୱିକେଟରେ ବିଜୟୀ, ଏକା ଲଢ଼ି ନିରାଶ ହେଲେ ଶାନ୍ତୋ

BJD

ନୂଆଦିଲ୍ଲୀ: ଆଜି ଏସିଆ କପ ୨୦୨୩ର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ଓ ବାଂଲାଦେଶ ମୁହାଁମୁହିଁ ହୋଇଥିଲେ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ମାତ୍ର ୧୬୪ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଶ୍ରୀଲଙ୍କା ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଗତକାଲି ପ୍ରଥମ ମ୍ୟାଚରେ ନେପାଳ ପାକିସ୍ତାନଠାରୁ ପରାଜିତ ହୋଇଥିବା ବେଳେ ଆଜି ବାଂଲାଦେଶ ଶ୍ରୀଲଙ୍କା ଠାରୁ ପରାଜୟ ବରଣ କରିଛି ।

ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ବାଂଲାଦେଶ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ମାତ୍ର ୪ ରନରେ ପ୍ରଥମ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା । ଶ୍ରୀଲଙ୍କାର ବୋଲିଂ ଆକ୍ରମଣକୁ ପ୍ରତିହତ କରି ନପାରି ଜଣଙ୍କ ପରେ ବ୍ୟାଟ୍ସମ୍ୟାନ ପାଭିଲିୟନ ଫେରିଯାଇଥିଲେ । ଗୋଟିଏ ପଟେ ନଜମୂଲ ହୋସେନ ଶାନ୍ତୋ ଲଢ଼େଇ ଜାରି ରଖି ୮୯ ରନ୍ ସଂଗ୍ରହ କରିଥିବା ବେଳେ ଅନ୍ୟ ପଟେ ଜଣଙ୍କ ପରେ ଆଉଟ୍ ହେବାରେ ଲାଗିଥିଲେ । ଦଳ ୪୨.୪ ଓଭରରେ ସମସ୍ତ ୱିକେଟ ହରାଇଥିଲା । ଦଳର ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଟପିପାରି ନଥିଲେ । ଶ୍ରୀଲଙ୍କା ପକ୍ଷରୁ ମାଥିଶା ପଥିରାଣା ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ ।

୧୬୫ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ମଧ୍ୟ ପ୍ରାରମ୍ଭିକ ଝଟକା ଖାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ସଦିରା ସମରବିକ୍ରମା ୫୪ ରନ୍ ଓ ଚରିଥ ଅସଲଙ୍କା ୬୨ ରନ୍ ସଂଗ୍ରହ କରି ଦଳକୁ ବିଜୟ ଦିଗରେ ଅଗ୍ରସର କରାଇଥିଲେ । ଦଳ ୩୯ ରନରେ ୫ ୱିକେଟ ହରାଇ ବିଜୟ ହାସଲ କରିନେଇଥିଲା । ବାଂଲାଦେଶ ପକ୍ଷରୁ ଅଧିନାୟକ ସକିବ ଅଲ୍ ହସଲ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.