fbpx
BJD SKY
BJD SKY

(LIVE) ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହେଲା ସ୍ୱର୍ଣ୍ଣିମ ଅଧ୍ୟାୟ: ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ପୂର୍ଣ୍ଣାହୁତି ଦେଲେ ଗଜପତି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଛି ସ୍ୱର୍ଣ୍ଣିମ ଅଧ୍ୟାୟ । ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକର୍ପଣ କରିଥିଲେ । ପରିକ୍ରମା ପ୍ରକଳ୍ପର ଦିବ୍ୟ ମହାଯଜ୍ଞରେ ଗଜପତି ପୂର୍ଣ୍ଣାହୁତି ଦେଇଥିଲେ ।

ଆଜି ପୌଷ ମାଷ ଶୁକ୍ଲ ସପ୍ତମୀ ପରି ଏକ ପବିତ୍ର ତିଥିରେ ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ଧାମ ନୂଆ ଇତିହାସ ଲେଖିଛି । ଶ୍ରୀମନ୍ଦିର ସହ ଯୋଡ଼ି ହୋଇଛି ସ୍ୱର୍ଣ୍ଣିମ ଅଧ୍ୟାୟ । ବିଶ୍ୱନିୟନ୍ତା କାଳିଆର ବିଜେସ୍ଥଳୀର ଭବ୍ୟ ରୂପକୁ ଦେଖିଛି ସାରା ଦୁନିଆ । ତିଥି, ବାର, ନକ୍ଷତ୍ର ଓ ତାରିଖ ଦୃଷ୍ଟିକୋଣରୁ ଏହା ଯୁଗ ଯୁଗ ପାଇଁ ସାଢ଼େ ଚାରିକୋଟି ଓଡ଼ିଆ ଓ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିବ ।

ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ଦୀର୍ଘଦିନ ଧରି ଜୋରସୋରରେ ପ୍ରସ୍ତୁତି ପ୍ରକ୍ରିୟା ଚାଲିଥିଲା । ଗତ ୧୬ ତାରିଖ ସକାଳ ୭ଟା ସମୟରେ ଦ୍ୱିତୀୟ ଦିନର ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ବରୁଣ ପୂଜା, ଗୋ ପୂଜା କରାଯିବା ସହିତ ଶ୍ରୋତୀୟ ବ୍ରାହ୍ମଣମାନେ ଅଧିବାସ କଳସ ଜଳ, ଚନ୍ଦନ, ହଳଦୀ, ରକ୍ଷାସୂତ୍ର ନେଇ ଶ୍ରୀମନ୍ଦିର ଚାରିପାଖରେ ଶୋଧନ କରିଥିଲେ । ପରେ ପଞ୍ଚକର୍ମ, ମଣ୍ଡଳପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ଓ ପ୍ରଦକ୍ଷିଣ କରାଯାଇ ସନ୍ଧ୍ୟା ସମୟରେ ଯଜ୍ଞକର୍ମ ସମାପନ କରାଯାଇଥିଲା । ପରିକ୍ରମା ପ୍ରକଳ୍ପ ପାଇଁ ପୁରୀ ଗସ୍ତରେ ଯାଇ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ ।

Get real time updates directly on you device, subscribe now.