fbpx

ବିମାନ ଶୌଚାଳୟରେ ଫସିଥିବା ଯାତ୍ରୀଙ୍କୁ ଦେଲେ ଆଶ୍ୱାସନା, ନୋଟ୍ ହେଉଛି ଭାଇରାଲ…

ନୂଆଦିଲ୍ଲୀ: ନିକଟରେ ବିମାନ ଚଳାଚଳକୁ ନେଇ ବିଭିନ୍ନ ମାମଲା ସାମ୍ନାକୁ ଆସିଛି । କେତେବେଳେ ବିମାନର ଉଡ଼ାଣରେ ବିଳମ୍ବ ତ ପୁଣି କେତେବେଳେ ଜରୁରୀକାଳୀନ ବିମାନ ଅବତରଣକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥାଏ । ବର୍ତ୍ତମାନ ସ୍ପାଇସ୍ଜେଟ୍ ବିମାନ ଶøଚାଳୟରେ ଫସିଥିବା ଜଣେ ଯାତ୍ରୀଙ୍କ ପାଇଁ ଭୟଭୀତ ନ ହେବା ପାଇଁ ଆଶ୍ୱାସନା ଭରା ନୋଟ୍ ଲେଖିଥିଲେ ବିମାନ କର୍ମଚାରୀ ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନାରୁ ପ୍ରକାଶ ମଙ୍ଗଳବାର ସ୍ପାଇସ୍ଜେଟ୍ ଏୟାରଲାଇନ୍ସର ମୁମ୍ବାଇରୁ ବେଙ୍ଗାଲୁରୁ ଯାତ୍ରା କରୁଥିବା ଏକ ବିମାନ ଶୌଚାଳୟରେ ଜନେକ ଯାତ୍ରୀ ପ୍ରାୟ ଏକ ଘଣ୍ଟା ପାଇଁ ଫସି ରହିଥିଲେ । ଏଭଳି ସ୍ଥିତିରେ ବିମାନର କ୍ରୁ ମେମ୍ବର ଯାତ୍ରୀ ଜଣଙ୍କୁ ଆଶ୍ୱାସନା ଦେବା ପାଇଁ ଏକ ନୋଟରେ ଲେଖିଥିଲେ, ‘ସାର, ଆମେ କବାଟ ଖୋଲିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବା ସତ୍ତ୍ୱେ ବିଫଳ ହେଲୁ । ଭୟଭୀତ ହୁଅନ୍ତୁ ନାହିଁ, ଆମେ କିଛି ମିନିଟରେ ଅବତରଣ କରିବାକୁ ଯାଉଛୁ । ତେଣୁ ଦୟାକରି କମେଡ଼ର ଉପରକୁ ପକାଇଦେଇ ସେଥିରେ ବସି ପଡ଼ନ୍ତୁ । ନିଜକୁ ସୁରକ୍ଷିତ କରନ୍ତୁ । ମୁଖ୍ୟ ଦ୍ୱାର ଖୋଲିବା ମାତ୍ରେ ଇଞ୍ଜିନିୟର ଆସିବେ । ଭୟ କରନ୍ତୁ ନାହିଁ ।’

ତେବେ ଏହି ଘଟଣାରେ ବିମାନ ସେବା ଏକ ବିବୃତି ଜାରି କରି ଲେଖିଛି, ‘ଜାନୁଆରୀ ୧୬ରେ ମୁମ୍ବାଇରୁ ବେଙ୍ଗାଲୁରୁ ଯାତ୍ରା କରୁଥିବା ଜଣେ ଯାତ୍ରୀ ଦୁର୍ଭାଗ୍ୟବଶତଃ ସ୍ପାଇସ୍ଜେଟ୍ ବିମାନର ଶୌଚାଳୟରେ ପ୍ରୟ ଏକ ଘଣ୍ଟା ଧରି ଫସିଯାଇଥିଲେ । କବାଟ ତାଲାରେ ତୃଟି ଥିବାରୁ ଏପରି ଘଟିଥିଲା । ଯାତ୍ରା ସମୟରେ ଯାତ୍ରୀ ଜଣଙ୍କୁ ଆମର କର୍ମଚାରୀମାନେ ସହାୟତା ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ ।’

Get real time updates directly on you device, subscribe now.