fbpx
BJD SKY
BJD SKY

୧୯୫୦ରୁ ତମ୍ବୁ ତଳେ ରହି ଆସୁଥିବା ରାମଲଲା ଏବେ କେଉଁଠି ରହିବେ? କ’ଣ କହିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମହାସଚିବ

BJD

ଅଯୋଧ୍ୟା: ରାମ ନଗରୀ ଅଯୋଧ୍ୟାରେ ବୈଦିକ ମନ୍ତ୍ରୋଚାର ସହିତ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ ବିଧିବଦ୍ଧ ଭାବରେ ଆରମ୍ଭ ହୋଇସାରିଛି । ୨୨ ଜାନୁୟାରୀରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । କିନ୍ତୁ ଆଜି ରାମଲଲା ନବ ନିର୍ମିତ ରାମ ମନ୍ଦିରରେ ପ୍ରବେଶ କରିବେ ଓ କାଲି ଅର୍ଥାତ୍ ୧୮ ଜାନୁୟାରୀରେ ଗର୍ଭଗୃହରେ ପ୍ରବେଶ କରିବେ । ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ନୂଆ ମୂର୍ତ୍ତି ନିର୍ମାଣ କରାଯାଇଛି ଯାହା ୫ ବର୍ଷର ବାଳ ସ୍ୱରୂପକୁ ଦର୍ଶାଉଛି । ଏବେ ପ୍ରଶ୍ନ ଉଠୁଛି କି ଯଦି ଗର୍ଭଗୃୃହରେ ରାମଲଲାଙ୍କ ନୂଆ ମୂର୍ତ୍ତି ରଖାଯିବ ତେବେ ସେହି ମୂର୍ତ୍ତିର କ’ଣ ହେବ ଯାହା ବର୍ଷ ବର୍ଷ ଧରି ତମ୍ବୁ ତଲେ ରହିଛନ୍ତି ।

ବର୍ତ୍ତମାନର ମୂର୍ତ୍ତି ପରିବର୍ତ୍ତେ ମହୀଶୂରର ଶିଳ୍ପକାର ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତି ଅଯୋଧ୍ୟା ରାମ ମନ୍ଦିରରେ ପ୍ରତିଷ୍ଠା କରାଯିବ । ତେବେ ରାମଲଲାଙ୍କ ବର୍ତ୍ତମାନର ମୂର୍ତ୍ତି କେଉଁଠି ରହିବ ସେ ନେଇ କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । କିନ୍ତୁ ଏହା ତ ନିଶ୍ଚୟ କି ବର୍ତ୍ତମାନର ମୂର୍ତ୍ତିକୁ ବି ନୂଆ ମନ୍ଦିରରେ ରଖାଯିବ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ରାମଲଲାଙ୍କ ବର୍ତ୍ତମାନର ମୂର୍ତ୍ତି ମଧ୍ୟ ନୂଆ ମନ୍ଦିରର ଗର୍ଭଗୃହରେ ରଖାଯିବ । ଏଠାରେ ସୂଚାଇ ଦିଆଯାଇପାରେ କି ରାମଲଲାଙ୍କ ବର୍ତ୍ତମାନର ମୂର୍ତ୍ତି ୧୯୫୦ ମସିହାରୁ ତମ୍ବୁ ତଳେ ରହି ଆସୁଛନ୍ତି । ଏବେ ଏହି ମୂର୍ତ୍ତିକୁ ଗର୍ଭଗୃହରେ ରଖାଯିବ ।

Get real time updates directly on you device, subscribe now.