fbpx

୨୩ରୁ ଖୋଲିବ ଶ୍ରୀମନ୍ଦିର, ଜାଣନ୍ତୁ ଦର୍ଶନର ସମୟ

Advertisement

ପୁରୀ,୨୧ ।୧୨(ଓଡିଶା ଭାସ୍କର): କରୋନା ପାଇଁ ବନ୍ଦ ହୋଇଥିବା ପୁରୀ ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରେ ଖୋଲିବାକୁ ଯାଉଛି । ଶ୍ରୀମନ୍ଦିର ଖୋଲିବା ପ୍ରସ୍ତୁତି ନେଇ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତଙ୍କ ପରିବାର ଦର୍ଶନ କରିବେ । ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କୁ ଦର୍ଶନର ସୁଯୋଗ ମିଳିବ । ସହରବାସୀଙ୍କୁ ଦର୍ଶନ ପାଇଁ ୱାର୍ଡୱାରୀ ବ୍ୟବସ୍ଥା କରାଯିବ । ଲୋକସଂଖ୍ୟା ଦେଖି କେଉଁଦିନ କେଉଁ ୱାର୍ଡ ନିର୍ଦ୍ଧାରଣ ହେବ । ଯେଉଁ ୱାର୍ଡ ଯେଉଁଦିନ ଦର୍ଶନ କରିବେ, ସେମାନଙ୍କୁ ଟୋକନ ଦିଆଯିବ । ଦୈନିକ ୪ ଘଣ୍ଟା ଦର୍ଶନ ପାଇଁ ସୁଯୋଗ ଦିଆଯିବ । ଆଧାର କାର୍ଡ ଓ ଟୋକନ ଦେଖାଇଲା ପରେ ପ୍ରବେଶ ଅନୁମତି ମିଳିବ । ୩ ତାରିଖଠାରୁ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ଅନୁମତି ମିଳିବ ।’

ତେବେ ସକାଳ ସାଢେ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନର ସୁଯୋଗ ମିଳିବ । ମାର୍କେଟ ଛକରୁ ମିଳିଥିବା ଚିରୁକୁଟି ଦେଖାଇ ପ୍ରବେଶ କରିବେ । ଭକ୍ତଙ୍କ ଟୋକନ ସହ ଶ୍ରୀମନ୍ଦିର ଆଗରେ ଫଟୋ ଉଠାଯିବ । ସେଥିପାଇଁ ୮ରୁ ୧୦ଟି କାଉଣ୍ଟର ହେବ । ପୁରୀ ଲୋକଙ୍କ ଦର୍ଶନ ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ନିଆଯିବ । ପୁରୀ ସହର ଲୋକଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଦେବାକୁ ପଡ଼ିବନି । ବାହାର ଲୋକଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ଜାନୁଆରି ୩ରେ ସମସ୍ତଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳବଲୱନ୍ତ ସିଂହ କହିଛନ୍ତି ।

Get real time updates directly on you device, subscribe now.