fbpx

୨୩ରେ ଖୋଲିବ ଶ୍ରୀମନ୍ଦିର

ପୁରୀ, ୧୨ ।୧୨(ଓଡିଶା ଭାସ୍କର):ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ ବୋଲି ଛତିଶା ନିଯୋଗ ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ସୂଚନା ମିଳିଛି । ଏହା ସହ ସେ କହିଛନ୍ତି ଯେ, ୨ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ଖୋଲିବା ନେଇ ସୁପାରିସ କରାଯିବ । ସରକାରଙ୍କ ଅନୁମତି ଦେଲା ପରେ ଶ୍ରୀମନ୍ଦିର ଖୋଲିଦିଆଯିବ ।

ତେବେ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ଏହା ସହ ସେ କହିଛନ୍ତି ଯେ, ‘ଦର୍ଶନ ଆରମ୍ଭ ପରେ ବି କଟକଣା ଜାରି ରହିବ । ଖୋଲିବା ପରେ ପ୍ରଥମେ ୪/୫ ଦିନ ପୁରୀ ଲୋକଙ୍କୁ ଦର୍ଶନର ଅନୁମତି ଦିଆଯିବ । ଭିଡ ଦୃଷ୍ଟିରୁ ଜାନୁଆରୀ ୧ ଓ ୨ ତାରିଖରେ ଦର୍ଶନ ବନ୍ଦ ରହିବ । ୩ତାରିଖଠାରୁ ପୁଣି ସାଧାରଣ ଦର୍ଶନ ଆରମ୍ଭ କରାଯିବ । ୩ ତାରିଖଠାରୁ ପୁରୀ ସହ ବାହାର ଲୋକ ଦର୍ଶନ କରିପାରିବେ । ଦର୍ଶନ ବ୍ୟବସ୍ଥା ପାଇଁ ଏସଓପି ଜାରି କରାଯିବ । ସବୁ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ଓ ସାନିଟାଇଜର ଲଗାଇବା ଜରୁରୀ । ଶ୍ରୀମନ୍ଦିର ୪ ଦ୍ୱାରରେ ପ୍ରଶାସନ ପକ୍ଷରୁ ସାନିଟାଇଜର ଦିଆଯିବ । ଜିଲ୍ଲା ବାହାର ଲୋକଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଦେବାକୁ ପଡିବ । ୪୮ ଘଣ୍ଟା ମଦ୍ୟରେ ଟେଷ୍ଟ ହୋଇଥିବା ନେଗେଟିଭ ରିପୋର୍ଟ ଜରୁରୀ । ୬୫ ବର୍ଷରୁ ଅଧିକ ବୟସ୍କ, ପିଲାଙ୍କୁ ନଆସିବାକୁ ଅନୁରୋଧ କରାଯିବ । ୩ ତାରିଖଠାରୁ ପ୍ରତି ଦିନ ୫ ହଜାର ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ । ପ୍ରଥମ ସପ୍ତାହରେ ଦୈନିକ ୫ ହଜାର ପରେ ସଂଖ୍ୟା ଆଗକୁ ବଢାଯିବ ।’

Get real time updates directly on you device, subscribe now.