fbpx

SSC CGL Recruitment 2022: SSCରେ ଏହି ପଦବୀରେ ଆବେଦନ ପାଇଁ ଶେଷ ସୁଯୋଗ, ଜଲଦି କରିନଅନ୍ତୁ ଆବେଦନ

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ (SSC)ରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଭଲ ସୁଯୋଗ । କାରଣ SSCରେ ଏସଆଇ, ଟ୍ୟାକ୍ସ ଆସିଷ୍ଟାଣ୍ଟ ସି, ୟୁଡିସି, ଆସିଷ୍ଟାଣ୍ଟ, ଆକାଉଣ୍ଟାଣ୍ଟ, ଅଡିଟର, ଜେଏସଓ, ଇନ୍ସପେକ୍ଟର, ଏଏସଓ, ଆସିଷ୍ଟାଣ୍ଟ ଅଡିଟ୍ ଅଫିସ, ଆସିଷ୍ଟାଣ୍ଟ ଆକାଉଣ୍ଟ ଅଫିସର୍ ଇତ୍ୟାଦି ପଦରେ ଆବେଦନ କରିବା ପାଇଁ ଆଉ କେବଳ ୩ ଦିନ ବାକି ରହିଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପୋଷ୍ଟଗୁଡ଼ିକ ପାଇଁ ଆବେଦନ କରିବା ପାଇଁ ଚାହୁଛନ୍ତି ସେମାନେ ଅଫିସିଆଲ ୱେବସାଇଟ ssc.nic.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡ଼ିକ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୩ ଜାନୁଆରୀ ୨୦୨୨ । ତେବେ ଆଶାୟୀ ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନକୁ ଭଲ ଭାବରେ ପଢ଼ିନେବାକୁ ପରାମର୍ଶ ।

ଯୋଗ୍ୟତା, ବୟସ ସୀମା ଏବଂ ଆବେଦନ ଶୁଳ୍କ:

ଆଶାୟୀ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଗ୍ରୁପ୍ ସି ପୋଷ୍ଟ ପାଇଁ ବୟସ ସୀମା ୧୮ ରୁ ୨୭ ବର୍ଷ ରହିଛି । ଗ୍ରୁପ୍ ବି ପୋଷ୍ଟ ପାଇଁ ୧୮ ରୁ ୩୦ ବର୍ଷ ରହିଛି । ଆଶାୟୀଙ୍କୁ ଏହି ପୋଷ୍ଟ ଗୁଡ଼ିକରେ ଆବେଦନ କରିବା ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ ।

ଆବେଦନ କରିବାକୁ ଚାହୁଥିବା ଆଶାୟୀ ଏହି ଲିଙ୍କ ଦ୍ୱାରା ଆବେଦନ କରିପାରିବେ । https://ssc.nic.in/Portal/Apply

କିମ୍ବା ଏହି ଲିଙ୍କ ଦ୍ୱାରା ଅଫିସିଆଲ ନୋଟିଫିକେସନ ଦେଖିପାରିବେ । https://ssc.nic.in/SSCFileServer/PortalManagement/UploadedFiles/notice_CGLE_23122021.pdf

 

Get real time updates directly on you device, subscribe now.