fbpx

ନକଲି ସୂର୍ଯ୍ୟ ପରେ ଚୀନର ‘ନକଲି ଚନ୍ଦ୍ର’, ଦୂର ହେବ ବିଜୁଳି ବିଲ୍

ସାଇନ୍ସ ଓ ଟେକ୍ନୋଲୋଜି କ୍ଷେତ୍ରରେ ଚୀନ ଲଗାତାର ବଡ଼ ବଡ଼ କାରନାମା କରିବାରେ ଲାଗିଛି । ‘ନକଲି ସୂର୍ଯ୍ୟ’ ପରେ ଏବେ ଚୀନ୍ ‘ନକଲି ଚନ୍ଦ୍ର’ ବି ତିଆରି କରିଛି । ଚୀନର କହିବା ମୁତାବକ, ଏହି ନକଲି ଚନ୍ଦ୍ର ଯୋଗୁଁ ବିଜୁଳି ଖର୍ଚ୍ଚ କମ୍ ହୋଇଯିବ । ଏହି ଚନ୍ଦ୍ର ଜିରୋ ଗ୍ରେଭିଟ୍ ହୋଇଥିବା ଜଣାପଡିଛି ।

ରିପୋର୍ଟ ଅନୁସାରେ, ଚୀନର ବୈଜ୍ଞାନିକମାନେ ଏହି ନକଲି ଚନ୍ଦ୍ର ଉପରେ ଚୁମ୍ବକୀୟ ଶକ୍ତିର ପରୀକ୍ଷା କରିଥିଲେ । ଏହାକୁ ତିଆରି କରିବା ପଛରେ ଅନେକ ଉଦ୍ଦେଶ୍ୟ ରହିଛି । ଭବିଷ୍ୟତରେ ଚୁମ୍ବକୀୟ ଚାଳିତ ଯାନଗୁଡ଼ିକର ବିକାଶ କରିବା ଓ ପରିବହନର ନୂଆ ମାଧ୍ୟମ ଖୋଜିବା ଏହାର ପ୍ରଥମ ଉଦ୍ଦେଶ୍ୟ । ଏହା ବ୍ୟତୀତ ଚୀନ୍ ଚନ୍ଧ୍ରରେ ବସତି ସ୍ଥାପନ କରିବାକୁ ଚାହୁଁଛି ।

Get real time updates directly on you device, subscribe now.