fbpx

ସୁରକ୍ଷା ବଳଙ୍କୁ ବଡ ସଫଳତା: ଦାନ୍ତେୱାଡେରେ ଟଳିଲେ ମାଓବାଦୀ

ମାଲକାନଗିରି (ଓଡ଼ିଶା ଭାସ୍କର): ଛତିଶଗଡ ଦାନ୍ତେୱାଡା ଜିଲ୍ଲାରେ ପୁଣି ଏନକାଣ୍ଟର । ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଛି । ମୃତ ମାଓବାଦୀ ସିନାଖତି ଏରିଆ କମିଟି ମୁଖ୍ୟ ମୁଇଆ ମାଡକାମ । କଟେକଲ୍ୟାଣ ଥାନା ଅନ୍ତର୍ଗତ ଚିକପାଲ ଜଙ୍ଗଲରେ ଯବାନମାନେ କମ୍ବିଂ ଅପରେସନ୍ କରୁଥିବା ବେଳେ ଗୁଳି ବିନିମୟ ହୋଇଛି । ସିଆରପିଏଫ, ଏସଟିଏଫ ଓ ଡିଆରଜି ବାହିନୀ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା ମିଳିତ କମ୍ବିଂ ଅପରେସନ୍ ।

ତିନି ଦିନ ଧରି ବସ୍ତର ଅଞ୍ଚଳରେ ଲଗାତାର ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି । ୧୮ ତାରିଖ ଦିନ ବିଜାପୁର ଓ ସୁକୁମା ଜିଲ୍ଲାରେ ଜଣେ ମହିଳା ମାଓବାଦୀଙ୍କ ସମେତ ୫ ଜଣ ମାଓବାଦୀ ମୃତ୍ୟୁବରଣ କରିଥିଲେ । ଗତକାଲି ମଧ୍ୟ ସୁକମା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ୫ ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷିତ ଥିବା ଜଣେ ହାର୍ଡକୋର ମାଓବାଦୀ ମଧ୍ୟ ମୃତ୍ୟୁବରଣ କରିଥିବା ନେଇ ବସ୍ତର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.