ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ (ଏଏସଏସସି) ମଲ୍ଟି ଟାସ୍କିଂ (ଏମଟିଏସ) ପରୀକ୍ଷାକୁ ନେଇ ନେଇ ଆସିଛି ଏକ ବଡ଼ ଖବର । ନଭେମ୍ବର ୧୪ ତାରିଖରେ ହୋଇଥିବା ଏସଏସସି ଏମଟିଏସ ପରୀକ୍ଷାର ୩ଟି ଶିଫ୍ଟର ପରୀକ୍ଷାକୁ ବାତିଲ କରିଦିଆଯାଇଛି । ଯେଉଁ ପରୀକ୍ଷାର୍ଥୀମାନେ ଗତକାଲି ବିହାରର ପୂର୍ଣ୍ଣିୟାର ଗୁଲାବବାଗ ହାସଦା ରୋଡ଼ ସ୍ଥିତ ପୂର୍ଣ୍ଣିୟା ଡିଜିଟାଲ ସେଣ୍ଟରରେ ପରୀକ୍ଷା ଦେଇଥିଲେ ସେମାନଙ୍କର ପରୀକ୍ଷା ପୁଣି ହେବ । ସେହି ପରୀର୍ଥୀମାନେ ନଭେମ୍ବର ୧୯ ତାରିଖରେ ପରୀକ୍ଷା ଦେବା ନେଇ ନିଷ୍ପତ୍ତି ହୋଇଛି । ଉକ୍ତ ପରୀକ୍ଷା କେନ୍ଦ୍ରରେ ଫ୍ରଡ୍ ହେଉଥିବା ନେଇ ଅଭିଯୋଗ ମିଳିବା ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ସେହି ମାମଲାରେ ୧୪ ଜଣ ନକଲି ପରୀକ୍ଷାର୍ଥୀଙ୍କ ସମେତ ମୋଟ ୩୫ ଜଣଙ୍କୁ ଗିରଫ କରାଯାଇଛି । ଏହି ରାକେଟରେ ସେଣ୍ଟରର ପ୍ରବନ୍ଧକଙ୍କ ହାତ ରହିଥିବା ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରୁ ୩ଟି ଲାପଟପ, ୪ ଲକ୍ଷ ଟଙ୍କା ନଗଦ କ୍ୟାଶ, ଏକ ପ୍ରିଣ୍ଟର, ୧୮ଟ ମୋବାଇଲ, ୨ଟି ବାଇକ, ୨ଟି ଚାରିଚକିଆ ଯାନ, ଗୋଟିଏ ୱାଇଫାଇ, ଗୋଟିଏ ଡିଭିଆର, ୧୨ଟି ବ୍ଲାଙ୍କ ଚେକ, ଗୋଟିଏ ମନିଟର, ୨୨ଟି ଏଟିଏମ୍ କାର୍ଡ, ୫୨ଟି ଆଧାର କାର୍ଡ, ୪୦ଟି ଇ-ପ୍ରବେଶ ପତ୍ର ଜବତ କରାଯାଇଛି ।