fbpx
BJD SKY
BJD SKY

ବାସୀ ରୁଟିରେ ରହିଛି ଶରୀର ପାଇଁ ଚମତ୍କାରୀ ଫାଇଦା, ଆଦୌ ଫୋପାଡ଼ନ୍ତୁ ନାହିଁ

BJD

ଓଡ଼ିଶା ଭାସ୍କର ବ୍ୟୁରୋ: ରାତିରେ ବଞ୍ଚି ଯାଇଥିବା ଖାଦ୍ୟକୁ ଫୋପାଡ଼ି ଦେବା ଭଳି ଖରାପ ଅଭ୍ୟାସ ଅନେକ ଲୋକଙ୍କର ରହିଛି । ଖାଦ୍ୟ ଖରାପ ନ ହୋଇ ମଧ୍ୟ ସେସବୁକୁ ଡଷ୍ଟବିନ୍ ରେ ଫୋପାଡ଼ି ଦିଅନ୍ତି । ଖାଦ୍ୟ ଓ କୃଷି ସଂଗଠନ(ଏଫଏଓ) ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଭାରତରେ ପ୍ରତି ବର୍ଷ ୪୦ ପ୍ରତିଶତ ଖାଦ୍ୟ ବର୍ବାଦ୍ କରାଯାଇଥାଏ । ତେଣୁ ଖାଦ୍ୟ ସୁରକ୍ଷା ପ୍ରତି ଲୋକଙ୍କୁ ଜାଗ୍ରତ ହେବା ପାଇଁ ପ୍ରତି ବର୍ଷ ଅକ୍ଟୋବର ୧୬ ତାରିଖରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଏ । ତେବେ ଏହି ପରିପ୍ରେକ୍ଷୀରେ ଚାଲନ୍ତୁ ଜାଣିବା ବାସୀ ରୁଟି ଖାଇବାର କଣ ଫାଇଦା ରହିଛି ଯାହା ଆପଣ ମାନେ ମଧ୍ୟ ଜାଣିନଥିବେ ।

ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ ହେଉଛି ବାସୀ ରୁଟି । ପ୍ରତିଦିନ ସକାଳେ କ୍ଷୀର ସହିତ ବାସୀ ରୁଟି ଖାଇବା ଦ୍ୱାରା ଆପଣଙ୍କ ସୁଗାର୍ ଲେବଲ୍ ନିୟନ୍ତ୍ରଣରେ ରହିଥାଏ । ଏହାଦ୍ୱାରା ଶରୀରକୁ ଇନଫ୍ଲେମେସନ୍ ରୁ ଆଶ୍ୱସ୍ତି ମିଳିଥାଏ । ସେହିପରି ଉଚ୍ଚ ରକ୍ତଚାପ ଥିବା ରୋଗୀ ମାନଙ୍କ ପାଇଁ ବି ବାସୀ ରୁଟି ଖୁବ୍ ଲାଭଦାୟକ । ସକାଳ ସମୟରେ ଥଣ୍ଡା କ୍ଷୀର ସହିତ ବାସୀ ରୁଟି ଖାଇବା ଦ୍ୱାରା ଖୁବ୍ ସହଜରେ ଉଚ୍ଚ ରକ୍ତଚାପ ସମସ୍ୟାକୁ କଣ୍ଟ୍ରୋଲ କରାଯାଇପାରିବ ।

ପେଟ ସମସ୍ୟା, ଏସିଡିଟି ଓ କଫ ଦ୍ୱାରା ଆକ୍ରାନ୍ତ ଥିବା ରୋଗୀ ମାନେ ବାସୀ ରୁଟି ଖାଇବା ନିହାତି ଜରୁରୀ । କାରଣ ଏହାଦ୍ୱାରା ଆପଣଙ୍କ ଶରୀରକୁ ଆଶ୍ୱସ୍ତି ମିଳିଥାଏ । ସକାଳ ସମୟରେ କ୍ଷୀର ସହିତ ବାସୀ ରୁଟି ଖାଇବା ଦ୍ୱାରା ଆପଣ ଏସିଡିଟି ଏବଂ କଫ ଆଦି ସମସ୍ୟାକୁ ମୁକ୍ତି ପାଇପାରିବେ । ଖାଲି ସେତିକି ନୁହେଁ ଖୁବ୍ କମ୍ ଲୋକ ଜାଣିଛନ୍ତି ଯେ, ଜିମ୍ ଯାଉଥିବା ଲୋକଙ୍କ ପାଇଁ ବାସୀ ରୁଟି ଖୁବ୍ ଉପଯୋଗୀ । ମାଂସପେଶୀ ଗେନ୍ କରିବା ପାଇଁ ବାସୀ ରୁଟି ଖାଇବା ଭଲ ।

Get real time updates directly on you device, subscribe now.