fbpx
BJD SKY
BJD SKY

ଓଡ଼ିଶାର ଏହି ସହରରେ ଆଇପିଏଲ ବେଟିଂ: ୩ ବୁକି ଗିରଫ, ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ମାଲକାନଗିରି ଜିଲ୍ଲାରେ ଆଇପିଏଲ ବେଟିଂ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଛି । ଏହି ଚଢ଼ାଉ ସମୟରେ ୩ ଜଣ ବୁକିଙ୍କୁ ଗିରଫ କରାଯାଇଛି । ଏଥିସହ ପୋଲିସ ୯ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ତେବେ ମୋବାଇଲ ଆପରେ ବେଟିଂ ଚାଲିଥିବା ବେଳେ ଘର ଭିତରୁ ୩ ଜଣଙ୍କୁ ପୋଲିସ ଉଠାଇ ନେଇଥିଲା ।

ସୂଚନା ଯୋଗ୍ୟ ଯେ, ଗତକାଲି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତେଣୁ ଏହି ହାଇଭୋଲଟେଜ୍ ମ୍ୟାଚରୁ ବେଆଇନ ଭାବେ ଟଙ୍କା ରୋଜଗାର କରିବାର ମଉକା ଛାଡ଼ି ନଥିଲେ ବୁକିମାନେ । ତେବେ ଖୁବଶୀଘ୍ର ଏନେଇ ଏକ ପ୍ରେସମିଟର ଆୟୋଜନ କରି ସବିଶେଷ ସୂଚନା ପ୍ରଦାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.