ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଆଇପିଏଲ-୨୦୨୫ ମେଗା ଅକ୍ସନ । ଅକ୍ସନର ପ୍ରଥମ ଖେଳାଳି ଭାବରେ ନିଲାମ ହୋଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ଅର୍ଶଦୀପ ସିଂହ । ୧୫.୭୫ କୋଟି ଟଙ୍କାରେ ସନରାଇଜର୍ସ ହାଇଦ୍ରାବାଦ ଅର୍ଶଦୀପଙ୍କୁ ଦଳରେ ସାମିଲ କରିଥିବା ବେଳେ ପଞ୍ଜାବ କିଙ୍ଗସ ନିଜ ଅମୋଘ ଅସ୍ତ୍ର ପ୍ରୟୋଗ କରିଛି । ଦଳର ଷ୍ଟାର କ୍ରିକେଟରଙ୍କୁ ଦଳରେ ସାମିଲ କରିବା ପାଇଁ ପଞ୍ଜାବ ଆରଟିଏମ ପ୍ରୟୋଗ କରିଛି । ସନରାଇଜର୍ସ ହାଇଦ୍ରାବାଦକୁ ୧୮ କୋଟି ଟଙ୍କା ଦେଇ ଅର୍ଶଦୀପଙ୍କୁ ଦଳକୁ ଫେରାଇ ଆଣିବାରେ ସଫଳ ହୋଇଛି ପଞ୍ଜାବ କିଙ୍ଗସ ।