fbpx

Comeback କରିବେ ମହମ୍ମଦ ଶାମୀ! ଆଜି ଘୋଷଣା ହୋଇପାରେ ଭାରତର ଟି-୨୦ ବିଶ୍ୱକପ୍ ଟିମ

ନୂଆଦିଲ୍ଲୀ: ଆଜି ବିଶ୍ୱକପ ପାଇଁ ଘୋଷଣା ହୋଇପାରେ ଭାରତୀୟ ଦଳ । ଏଥିପାଇଁ ବିସିସିଆଇ ତରଫରୁ ଭାରତୀୟ ଚୟନକର୍ତ୍ତାଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଛି । ଏଥିରେ ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଟିମ ଘୋଷଣା କରାଯାଇପାରେ । ତେବେ ଆସନ୍ତା ବିଶ୍ୱକପରେ ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀଙ୍କ କମବ୍ୟାକକୁ ନେଇ ଖୁବ ଚର୍ଚ୍ଚା ଆରମ୍ଭ ହୋଇଛି । ଶାମୀ ପୁଣି ଥରେ ଦଳକୁ ଫେରିପାରନ୍ତି ବୋଲି ଆଲୋଚନା ହେଉଛି ।

ଏସିଆ କପରେ ବିରାଟ କୋହଲିଙ୍କ ଫର୍ମକୁ ଫେରିବା ବ୍ୟତୀତ ଅନ୍ୟ କୌଣସି ଘଟଣା ଭାରତ ସପକ୍ଷରେ ରହିନାହିଁ । ଯାହା ଫଳରେ ଏସିଆ କପରୁ ବିଦା ହୋଇଛି ଟିମ ଇଣ୍ଡିଆ । ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ଏବଂ ମହମ୍ମଦ ଶାମୀଙ୍କ ଅନୁପସ୍ଥିତି ଭାରତ ଉପରେ ଭାରୀ ପଡିଥିବା ମନେ ହୋଇଛି । ଏହା ବ୍ୟତୀତ ଆହତ ସମସ୍ୟା ମଧ୍ୟ ଟିମ ଇଣ୍ଡିଆ ପାଇଁ ବଡ ସମସ୍ୟା ପାଲଟିଥିଲା । ତେବେ ଏସିଆ କପ ପରେ ବିଶ୍ୱକପ ପାଇଁ ପ୍ରସ୍ତୁତ ହୋଇଛନ୍ତି ବୁମରାହ ଏବଂ ହର୍ଷଲ ପଟେଲ ।

ତେବେ ଏ ଦୁହିଁଙ୍କ ବ୍ୟତୀତ ମହମ୍ମଦ ଶାମୀ ମଧ୍ୟ ଦଳକୁ କମବ୍ୟାକ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଡେଥ ଓଭରରେ ଭାରତୀୟ ବୋଲର ମହଙ୍ଗା ସାବ୍ୟସ୍ତ ହେଉଥିବାରୁ ମହମ୍ମଦ ଶାମୀ ଏହାର ଦାୟିତ୍ୱ ନେଇ ପାରନ୍ତି । ତେବେ ଷ୍ଟାର ଅଲରାଉଣ୍ଡର ଜାଡେଜା ମଧ୍ୟ ଆଲୋଚନାର ଏକ ବିଷୟ ହୋଇପାରନ୍ତି । ତେବେ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ମେନ ଇନ ବ୍ଲୁ । ଏହି ସିରିଜ ପାଇଁ ଶିଖର ଧୱନ ଦଳର ନେତୃତ୍ୱ ନେଇପାରନ୍ତି ।

Get real time updates directly on you device, subscribe now.