fbpx
BJD SKY
BJD SKY

କୋଟିଏ ଟଙ୍କା ଜରିମାନା ଦେବ ଷ୍ଟେଟ ବ୍ୟାଙ୍କ: ନିୟମ ଭାଙ୍ଗିବାରୁ RBI ନେଲା ପଦକ୍ଷେପ

BJD

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବିରୋଧରେ ଏକ ବଡ ପଦକ୍ଷେପ ନେଇଛି ଆରବିଆଇ । ରିଜର୍ଭ ବ୍ୟାଙ୍କର ନିୟମ ଉଲ୍ଲଙ୍ଘନ କରିବାରୁ ଏସବିଆଇ ଉପରେ ଏକ କୋଟି ଟଙ୍କାର ଜରିମାନା ଆଦେଶ କରିଛି । ଜାଲିଆତି ବର୍ଗୀକରଣ ଏବଂ ବ୍ୟବସାୟିକ ରିପୋର୍ଟରେ ଥିବା ନିର୍ଦ୍ଦେଶନାମାକୁ ପାଳନ ନ କରିବା ଅଭିଯୋଗରେ ଏହି ପଦକ୍ଷେପ ନେଇଛି ଆରବିଆଇ । ଏ ନେଇ ଏକ ବିବୃତ୍ତି ଜାରି କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ନିୟମକୁ ପାଳନ ନ କରିବା ଅଭିଯୋଗରେ ଏକ କୋଟି ଟଙ୍କାର ଜରିମାନା ଲାଗୁ କରିଛି ଆରବିଆଇ । ତେବେ ଏହି ପଦକ୍ଷେପରେ ବ୍ୟାଭ୍କ ଏବଂ ଗ୍ରହକଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.