fbpx
BJD SKY
BJD SKY

ଘରୋଇ ଉପଭୋକ୍ତାଙ୍କୁ ୨ ଶହ ୟୁନିଟ ବିଜୁଳି ଦେୟ ଛାଡ, ରାଜ୍ୟ କଂଗ୍ରେସର ନିର୍ବାଚନୀ ଇସ୍ତାହାର

BJD

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଏଥିରେ ସେ ୯ ଗ୍ୟାରେଣ୍ଟିର ଘୋଷଣା କରିଛି । ତେବେ ସେହି ଗ୍ୟାରେଣ୍ଟିଗୁଡିକ ହେଲା କୃଷି ଋଣ ଛାଡ, ଧାନ କୁଇଣ୍ଟାଲ ୩ ହଜାର, ଚାଷୀଙ୍କ ୨ ହଜାର ଭତ୍ତା, ଘରୋଇ ଉପଭୋକ୍ତାଙ୍କୁ ୨ ଶହ ୟୁନିଟ ବିଜୁଳି ଦେୟ ଛାଡ ଘୋଷଣା କରାଯାଇଛି ।

ଏଥିସହ ୫ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି, ବେକାରୀ ଭତ୍ତା ମାସିକ ମିଳିବ ୩ ହଜାର ଟଙ୍କା, ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ କରିବାକୁ ମଧ୍ୟ ଘୋଷଣା କରାଯାଇଛି । ବାର୍ଦ୍ଧକ୍ୟ/ ବିଧବା ଭତ୍ତା ମାସିକ ୨ ହଜାର, ପ୍ରତି ପରିବାରକୁ ୫ ଶହ ଟଙ୍କାରେ ସିଲିଣ୍ଡର ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ଏହି ସମସ୍ତ ନିର୍ବାଚନୀ ଇସ୍ତାହାର ପ୍ରେସମିଟରେ ପିସିସି ପ୍ରଭାରୀ, ସଭାପତି ଏବଂ ବରିଷ୍ଠ ନେତାଙ୍କ ସମ୍ମୁଖରେ ଘୋଷଣା କରାଯାଇଛି ।

Get real time updates directly on you device, subscribe now.